ଦ୍ଵିତୀୟ ଟି -20 ଜିତିଲା ଟିମ ଇଣ୍ଡିଆ

0 1,483

ମୋହାଲି: ଦ୍ବିତୀୟ ଟି-୨୦ରେ ବିରାଟ ବାହିନୀର ସହଜ ବିଜୟ। ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ (ଅପରାଜିତ ୭୨ ରନ୍‌, ୫୨ ବଲ, ୪ ଚୌକା, ୩ ଛକା) ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାକୁ ବୁଧବାର ଭାରତ ଜିତିଛି। ଭାରତ ୧୯ ଓଭରରେ ୩ଟି ଓ୍ଵିକେଟ ହରାଇ ୧୫୧ ରନ୍‌ କରିଛି। ଟିମ୍‌ ଦ୍ୱିତୀୟ ଇନିଂସରେ ୧୫୦ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଶିଖର ଧାଓ୍ଵନ ୩୧ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରଛନ୍ତି। ଯୁବ ବ୍ୟାଟସ୍‌ମ୍ୟାନ ଶ୍ରେୟସ ଆୟାର ୧୪ଟି ବଲ ଖେଳି ୧୬ ରନ୍‌ କରିଥିଲେ। ଏଥିରେ ୨ଟି ଚୌକା ସାମିଲ ଅଛି। ୩ ମ୍ୟାଚ୍‌ର ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି। ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଶେଷ ମୁକାବିଲା ଆସନ୍ତା ରବିବାର ଖେଳାଯିବ।

Leave A Reply

Your email address will not be published.

11 − nine =