ବେଦାନ୍ତ ଲାଞ୍ଜିଗଡ଼କୁ ଶକ୍ତି ପରିଚାଳନା କ୍ଷେତ୍ରରେ ସିଆଇଆଇ ନ୍ୟାସନାଲ୍ଟ ଆୱାର୍ଡ

0 690


ଲାଞ୍ଜିଗଡ଼,: ୨୦୧୯: ବେଦାନ୍ତ ଲମିଟେଡ୍ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ଲାଞ୍ଜିଗଡ଼ ୟୁନିଟ୍କୁ ୨୦୧୯ରେ ଶକ୍ତି ପରିଚାଳନା କ୍ଷେତ୍ରରେ ଉକ୍ରର୍ଷର୍ତା ପାଇଁ ୨୦ତମ ସିଆଇଆଇ ନ୍ୟାସନାଲ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଲାଞ୍ଜିଗଡ଼ ୟୁନିଟ୍କୁ ଏକ୍ସଲେଂଟ୍ ଏନର୍ଜି ଇଫିସିଏଂଟ୍ ୟୁନିଟ୍ ଆୱାର୍ଡ ମିଳିଛି । ୨୦୧୯ ଆର୍ଥିକ ବର୍ଷରେ ଏହା କମ୍ ଶକ୍ତି ବ୍ୟବହାର କରି ବିଶୋଧନାଗାର ଇତିହାସରେ ନୂଆ ରେକର୍ଡ କରିଛି । ଏହା ସର୍ବର୍ନିମ୍ନ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଲାଞ୍ଜିଗଡ଼ ୟୁନିଟ୍ ପାଇଁ ବିଶ୍ୱସ୍ତରୀୟ ଗୌରବ ଆଣିପାରିଛି ।

ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ୟୁନିଟ୍ର ସିଓଓ ରାକେଶ ମୋହନ କହିଲେ, “ଏହି ପୁରସ୍କାର ଶକ୍ତି କ୍ଷେତ୍ରରେ ଆମର ଦକ୍ଷତାପୂର୍ଣ୍ଣ କାର୍ଯ୍ୟକାରିତାକୁ ପ୍ରତିପାଦିତ କରାଉଛି । ଏହା ସହିତ ବେଦାନ୍ତ ଜୀବନଜୀବିକା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରୟାସ ଜାରି ରଖିଛି । ଏହାଦ୍ୱାରା ଏକ ସୁନ୍ଦର ବିକଶିତ ପରିବେଶ ଏବଂ ସମାଜ ଗଠନ ପ୍ରକି୍ରୟା ରୁଦ୍ଧିମନ୍ତ ହୋଇପାରିବ ।”

ଇତିମଧ୍ୟରେ ବେଦାନ୍ତ କାର୍ଯ୍ୟକାରିତା, ଉପôାଦନ, ଅନୁକୁଳ କ୍ଷମତା ଏବଂ ଜୀବନଜୀବିକା କ୍ଷେତ୍ରରେ ଡିଜିଟାଲ ପ୍ରକି୍ରୟାକୁ ଗ୍ରହଣ କରିବା ଆରମ୍ଭ କରିଛି । ଫଳରେ ଏହାର ସ୍ପେସିଫିକ୍ ଏନର୍ଜି କଞ୍ଜପସନ୍ କ୍ଷେତ୍ରରେ ହ୍ରାସ ପରିଲକ୍ଷିତ ହୋଇପାରିଛି । ଏହା ସହିତ କମ୍ପାନୀ ବିକଳ୍ପ ଶକ୍ତି ଉତ୍ସର ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରୁଛି । ସୌରଶକ୍ତିରୁ ବିଦୁ୍ୟତ୍ ଶକ୍ତି ଉପôାଦନ ପାଇଁ ସୋଲାର ପ୍ୟାନେଲ ଲଗାଯିବା ସହିତ ବର୍ଜ୍ୟବସ୍ତୁରୁ ବାୟୋଗ୍ୟାସ୍ ପ୍ଲାଂଟ୍ ଦ୍ୱାରା ଇନ୍ଧନ ପ୍ରସ୍ତୁତ କରାଯାଇ ପାରୁଛି ।

ସିଆଇଆଇ ଶକ୍ତି କାର୍ଯ୍ୟକାରିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରୟାସ କରୁଥିବା ତଥା ଶ୍ରେÂ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ଏବଂ ଜ୍ଞାନକୌଶଳ ଉପଯୋଗ କରୁଥିବା କମ୍ପାନୀଗୁଡ଼ିକୁ ପୁରସ୍କାର ଦ୍ୱାରା ସମ୍ମାନୀତ କରିଥାଏ ।

Leave A Reply

Your email address will not be published.

20 − six =