ପଢନ୍ତୁ : ସଲମାନଙ୍କୁ କାହିଁକି ଗାଳି ଦେଉଛନ୍ତି ଲୋକେ

0 721

ମୁମ୍ବାଇ : କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ବିଗ୍‌ ବସ୍‌ ପ୍ରତି ବର୍ଷ କୌଣସି ନା କୌଣସି କାରଣ ପାଇଁ ବିବାଦରେ ଛନ୍ଦି ହୋଇ ଯାଇଥାଏ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିଗ୍‌ ବସ୍‌ ଘରେ କରାଯାଇଥିବା ପରିବର୍ତ୍ତନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ମହିଳା ପ୍ରତିଯୋଗୀମାନେ ପୁୁରୁଷ ପ୍ରତିଯୋଗୀମାନଙ୍କ ସହ ନିଜର ବେଡ୍‌ ସେୟାର କରିବାର ନିୟମକୁ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି । ସୋ’ ଆରମ୍ଭକୁ ମାତ୍ର ସପ୍ତାହେ ପୁରି ଥିଲେ ମଧ୍ୟ ଲୋକେ ଏହାକୁ ବନ୍ଦ କରିବା ପାଇଁ ଦାବି କରିବାରେ ଲାଗି ପଡ଼ିଛନ୍ତି । ଟୁଇଟ୍‌ରରେ ଲୋକେ #ବଏକଟ୍‌ ବିଗ୍‌ ବସ୍‌ ଓ #ଅନ୍‌ସବ୍‌ସ୍କ୍ରଇବ୍‌ କଲର୍ସଟିଭି ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ସୋ’ ଜରିଆରେ ଲଭ୍‌ ଜିହାଦ୍‌କୁ ପ୍ରତ୍ସୋହିତ କରାଯାଉଥିବାର ଅଭିଯୋଗ କରି ଲୋକେ ଏଭଳି ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ବିଜେପି ନେତା ସତ୍ୟଦେବ ପଚୌରୀ ଟୁଇଟ୍‌ କରି କହିଛନ୍ତି, ଏହା ବିଗ୍‌ ବସ୍‌ ନୁହେଁ, ଅଶ୍ଲୀଳତା ଓ ‘ଅୟାସି’ର ଆଡ୍ଡା ବନି ଯାଇଛି । ରିୟାଲିଟି ନାମରେ ଅଶ୍ଲୀଳତା ଦେଖିବାକୁ ମିଳୁଛି । ଏହାକୁ ସଂପୂର୍ଣ୍ଣ ବନ୍ଦ କରିଦେବା ଦରକାର ।

Leave A Reply

Your email address will not be published.

3 + eighteen =