ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ବେଦାନ୍ତ ଲାଞ୍ଜିଗଡ଼ର ଚକ୍ଷୁ ଚିକିତ୍ସା ଶିବିର

0 1,400


ଭୁବନେଶ୍ୱର: କଳାହାଣ୍ଡିର ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବେଦାନ୍ତ ହସ୍ପିଟାଲ୍ରେ ତିନି ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଏହି ଚିକିତ୍ସା ଶିବିରରେ ୩୦ଜଣିଆ ମେଡିକାଲ୍ ଟିମ୍ରେ ୮ ଜଣ ଚକ୍ଷୁ ଡାକ୍ତର ଅଂଶଗ୍ରହଣ କରିଥିଲେ । ଏଥିରେ ମହାନଦୀ ନେତ୍ର ଚିକିତ୍ସାଳୟର ଡାକ୍ତର ମଧ୍ୟ ସାମିଲ୍ ଥିଲେ । ଆଖପାଖ ଅଂଚଳର ଚନ୍ଦନପୁର, ଅସୁରପଦା, ଆମ୍ବଦଳା, ଲାଞ୍ଜିଗଡ଼, କାପାଗୁଡ଼ା, କେନ୍ଦୁବର୍ଦି, ଶିମିଳଭଟ୍ଟ, ବନ୍ଧପାରି, ଛଣଲିମା ସହିତ ପ୍ରାୟ ୨୨ଟି ଗାଆଁର ଲୋକେ ଏହି ଶିବିରରେ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ବେଦାନ୍ତ ଆଲୁମିନାର ସିଓଓ ରାକେଶ ମୋହନ କହିଛନ୍ତି, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗତ ୫ ବର୍ଷ ମଧ୍ୟରେ ଆମେ ହଜାରରୁ ଅଧିକ ରୋଗୀଙ୍କର ସଫଳତାର ସହ ଚକ୍ଷୁ ଚିକିତ୍ସା କରିଛୁ । ସ୍ଥାନୀୟ ଅଂଚଳରେ ଜନସାଧାରଣଙ୍କ ଜୀବନଧାରଣର ମାନ ଉନ୍ନତ କରିବାକୁ ବେଦାନ୍ତ ଆଲୁମିନା ସର୍ବଦା ଚେଷ୍ଟା କରି ଆସୁଛି ବୋଲି ସିଓଓ ରାକେଶ ମୋହନ କହିଛନ୍ତି ।

Leave A Reply

Your email address will not be published.

eighteen − seventeen =