ତିର୍ତୋଲରେ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ପ୍ରସ୍ତୁତି ବୈଠକ

0 1,052

ତିର୍ତୋଲ: ତିର୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତୋଲ ପାଳନ୍ଦାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମା ସାରଳା କ୍ରିକେଟ ଆସୋସିଏସନର୧୦ ତମ କି୍ରକେଟ୍ ଟୁର୍ଣ୍ଣାମେଂଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥିଭାବେ ଆସୋସିଏସନର ସଭାପତି ତଥା ତିର୍ତୋଲ ସରପଂଚ ମନୋରଞ୍ଜନ ମହାପାତ୍ର, ସମ୍ମାନନୀତ ଅତିଥି ସଚ୍ଚିଦାନନ୍ଦ ନାଥ, ସମୀର ମହାପାତ୍ର, ମଳୟ ବାରିକ୍, ପ୍ରଶାନ୍ତ ମହାନ୍ତି, ବିଭୂ କଲ୍ୟାଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ଯୋଗଦେଇ ଟୁର୍ଣ୍ଣାମେଂଟର କପ୍ ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଂଟରେ ରାଜ୍ୟ ତଥା ରାଜ୍ୟ ବାହାର (କୋଲକାତା, ୱାଘା)ର ୧୬ଟି କ୍ରିକେଟ ଟିମ୍ ଭାଗ ନେବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକମାନଙ୍କ ନିକଟରୁ ସୁଚନା ମିଳିଛି । ବୈଠକରେ ବିକ୍ରମ ରାୟ, ଅନିଲ ଭୋଳ, ବେଣୁଧର ସ୍ୱାଇଁ, ରାଜେଶ ମହାପାତ୍ର, ପ୍ରଭାତ ସ୍ୱାଇଁ, ଚନ୍ଦ୍ରକାନ୍ତ ସ୍ୱାଇଁ. ଶଙ୍କର୍ଷଣ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

1 × 2 =