ଓଡ଼ିଶା ଲଳିତକଳା ଏକାଡେମିର ସଚିବ ହେଲେ ବରିଷ୍ଠ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ

0 731

ଭୁବନେଶ୍ୱର: ବିଭୁତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ବରିଷ୍ଠଅଧ୍ୟାପକ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ଓଡ଼ିଶା ଲଳିତକଳା ଏକାଡେମିର ସଚିବ ଭାବରେ ନିଯୁକ୍ତି ମିଳିଛି । ଶ୍ରୀ ସାହୁ ୧୯୮୬ ମସିହା ଡିସେମ୍ବର ୧୨ ତାରିଖରେ ମହାବିଦ୍ୟାଳୟର ମୁଦ୍ରଣକଳା ବିଭାଗରେ ଯୋଗଦାନ କରିଥିଲେ । ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ମହାବିଦ୍ୟଳୟର ଉନ୍ନତି କରିବା ସଂଗେସଂଗେ ବହୁ ଛାତ୍ରଛାତ୍ରୀଙ୍କୁ ଚିତ୍ରକଳା ଶିକ୍ଷା ଦେଇ ଆସିଛନ୍ତି । ଜଣେ ପ୍ରିୟ ଶିକ୍ଷକ ଭାବରେ ତାଙ୍କର ଖୁବ ସୁନାମ ରହିଛି । ମହାବିଦ୍ୟାଳୟରେ ଅଧ୍ୟାପନା କରିବା ସହିତ ସେ ଓଡ଼ିଶା ତଥା ଭାରତ ସରକାରଙ୍କ ବହୁ ଦାୟିତ୍ୱକୁ ସଫଳତାର ସହିତ ତୁଲାଇ ଛନ୍ତି । ସେଥିମଧ୍ୟରୁ ଭାରତୀୟ ଜାତୀୟ କ୍ରୀଡ଼ା ପୁରସ୍କାରର ଟ୍ରଫି ଡିଜାଇନ୍, ଓଡ଼ିଶା ସରକାରଙ୍କ ନବକଳେବର ଲୋଗୋ (ଯାହାକି ଡାକ ଟିକଟ ଭବରେ ପ୍ରଚଳିତ), ପାଇକ ବିଦ୍ରୋହର ସ୍ମାରକୀ ମୁଦ୍ରା, ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ଼ ଇତ୍ୟାଦି ପ୍ରସ୍ତୁତ କରି ସେ ଓଡ଼ିଶାକୁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ଏହାଛଡ଼ା ବୃହତ କଲମ କାଳୀର ଚିତ୍ର ନୂଆଦିଲ୍ଲୀର ହେବିଟେଟ୍ ସେଣ୍ଟରରେ ପ୍ରଦର୍ଶିତ କରି ଓଡ଼ିଶାର କଳା ଓ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପରିଚିତ କରାଇ ପାରିଛନ୍ତି । ଏଭଳି ଜଣେ ବରିଷ୍ଠ ତଥା ଅଭିଜ୍ଞ ଶିଳ୍ପୀଙ୍କ ଦାୟୀତ୍ୱରେ ଓଡ଼ିଶା ଲଳିତକଳା ଏକାଡେମି ତଥା ଓଡ଼ିଆ କଳା ଜଗତର ବହୁ ଉନ୍ନତି ସାଧିତ ହେବବୋଲି ଆଶା ।

Leave A Reply

Your email address will not be published.

four × one =