ଜିଲ୍ଲାପାଳଙ୍କ ଆଦେଶକୁ ବେଖାତିର : ପ୍ରବଳ ବର୍ଷାରେ ଖୋଲା ରହିଲା ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ

0 751

ଭୁବନେଶ୍ୱର : ଜିଲ୍ଲାପାଳଙ୍କର ଆଦେଶ କୁ ଅବମାନନା !ମୁସଳଧାରା ବର୍ଷା କୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ମହାଶୟ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଠାରୁ ଆରମ୍ଭ କରି ସରକାରୀ ବେସରକାରୀ ବିଦ୍ୟାଳୟ 24 and 25 October 2019 ରେ ବନ୍ଦ ରଖିବା ପାଇଁ ଏକ ନିର୍ଦେଶ ନାମା ଜାରି କରିଥିଲେ । ଏ ଖବର ମଧ୍ୟ ସମସ୍ତ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମ ରେ ମଧ୍ୟ ପ୍ରଚାର ପ୍ରସାର ହୋଇଥିଲା । କିନ୍ତୁ ଚନ୍ଦ୍ରଶେଖରପୁର DAV ସ୍କୁଲ କର୍ତ୍ତୃପକ୍ଷ ଏହାକୁ ମାନି ନ ଥିଲେ ! ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ବି ଅଭିଭାବକ ମାନେ ନିଜର ପୁଅ ଝିଅଙ୍କୁ ସ୍କୁଲ ଛାଡିବାକୁ ଆସିଥିଲେ ବାଧ୍ୟ ହୋଇ । ପ୍ରଶ୍ନ ଉଠୁଛି କି ସରକାରୀ ନିର୍ଦେଶ ନାମା କଣ କେବଳ ସରକାରୀ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିଲା !? ସରକାରୀ ନିୟମ ଭିତରେ ଚନ୍ଦ୍ରଶେଖରପୁର DAV ସ୍କୁଲ ଆସୁନାହିଁ କି !? ଯଦି ଆସୁଛି ନିୟମ କୁ ଫୁ କରିଦେଲେ କାହିଁକି । ଚନ୍ଦ୍ରଶେଖରପୁର DAV ସ୍କୁଲ ଏବଂ ସ୍କୁଲ ର କର୍ତ୍ତୃପକ୍ଷ କଣ ସରକାରୀ ଆଇନିକାନୁନ ଠାରୁ ଉର୍ଦ୍ଧ୍ବ ରେ !? ଚନ୍ଦ୍ରଶେଖରପୁର DAV ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି l

Leave A Reply

Your email address will not be published.

12 + 20 =