ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0 652


ଭୁବନେଶ୍ୱର : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଓଡ଼ିଆ ବିଭାଗ ଓ ଇଂରାଜୀ ବିଭାଗ ତରଫରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅବସର ତିଆରି କରିଥିଲେ । ଏଥିରେ କଲେର ଅଧ୍ୟକ୍ଷ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାହାସବୁ ଉପାଦାନ ଦରକାର ତାହା କରିବା ପାଇଁ ମୁଁ ମୋର ପ୍ରୟାସ ଜାରି ରଖିବି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯଶସ୍ୱୀ ଅଧ୍ୟାପକ ଓ ପୂର୍ବତନ ଅଧ୍ୟକ୍ଷ ଓ ଲେଖକ ଅଜୟ ସ୍ୱାଇଁ ଯୋଗ ଦେଇ ଓଡ଼ିଶା ଓ ଭାରତ ଏକ ଏଭଳି ଦେଶ ଯେଉଁ ଦେଶରେ ଗୋଟିଏ ଲେଖକ ଓ ଗୋଟିଏ ପୁସ୍ତକର ଜନ୍ମଦିନ ଉତ୍ସବ ଭାବେ ପାଳନ କରାଯାଏ । ଏହା ଆମ ଜାତୀୟ ଜୀବନର ପରିଚୟ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡଃ ରମେଶ ଚନ୍ଦ୍ର ବେହେରା ଓଡ଼ିଆ ବିଭାଗର ଉନ୍ନତିରେ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ଦିଗରେ ପୁରା ସହଯୋଗ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଓଡ଼ିଆ ବିଭାଗର ଅଧ୍ୟାପିକା ଡଃ ସ୍ୱର୍ଣ୍ଣପ୍ରଭା ଦାସ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇ ମନ ଦେଇ ପଢିବା ସହିତ ସମାଜରେ ଭଲ ମଣିଷ ହେବାପାଇଁ ଉପଦେଶ ଦେଇଥିଲେ । ଇଂରାଜୀ ବିଭାଗର ଅଧ୍ୟାପକ ଶିବବ୍ରତ ନାୟକ ଇଂରାଜୀ ବିଭାଗର ଉନ୍ନତିରେ ନିଜର ପାରଦର୍ଶିତାକୁ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପିକା ସୁଶ୍ରୀ ମ୍ୟାଡ଼ମ ସମସ୍ତଙ୍କୁ ଉଦ୍ବୋଧନ ଦେଇ ଲେଖାଲେଖିରେ ସମସ୍ତେ ରୁଚ ରଖିବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ସହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଛାତ୍ରୀ ପୂଜା ପ୍ରସାଦ ସଭାଟିକୁ ଉପସ୍ଥାପନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ମାଝୀ, ନିଶାରିକା ମାଝୀ, ସୁନିତା ମହାରଣା, ଶୁଭାଙ୍ଗୀ ଷଡ଼ଙ୍ଗୀ, କାମଦେବ ବେହେରା, ଆଶୁତୋଷ ସାହୁ, ଅଭିଷେକ ମହାଳିକ, ଆଶିଷ, ଗଣେଶ ବେହେରା, ରାସେଶ୍ୱରୀ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଚଞ୍ଚଳା ପ୍ରଧାନ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.

2 × 3 =