ସ୍ମିତାରାଣୀ,ଆବାସ ପ୍ରସଙ୍ଗରେ ବିଧାନସଭା ଦୁଲୁକିବ :ବିଜେପି

0 595

ଭୁବନେଶ୍ୱର : ବିଜେପି ବିଧାୟକ ଦଳ ବୈଠକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l
ଟି ଏନ ସେସନ ଶୋକସଭାରୁ ଆରମ୍ଭ ହେଲା ବୈଠକ ଆରମ୍ଭ ହୋଇଥିଲା l ବୈଠକ ପରେ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଅନେକ ବିଧାୟକ ନ ପହଂଚି ପାରିବାରୁ ପୂର୍ଣ୍ଣାଙ୍ଗ ବିଧାୟକ ଦଳ ବୈଠକ 13 ତାରିଖ ରେ ବସିବ। ସେହି ଦିନ ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ଵିଧାନସଭାରେ କଣ ସବୁ ପ୍ରସଙ୍ଗ ଉଠିବ।
ହେଲେ ନାରୀ ସୁରକ୍ଷା, ସ୍ମିତାରଣୀ ମୃତ୍ୟରେ ସ୍ବତନ୍ତ୍ର ଆଲୋଚନା ଦାବି ହେବ। ଫାନି, ବୁଲବୁଲ କ୍ଷତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟମାରଣା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠିବ ଯାହାର ସମ୍ପୂର୍ଣ୍ଣ ବିବରଣୀ 13 ତାରିଖରେ ନିଆଯିବ। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମୁକେଶ ମହାଲିଙ୍ଗ ଓ ସନାତନ ବିଜୁଳି ଉପସ୍ଥିତ ଥିଲେ l

ମୋହନ ମାଝୀଙ୍କ ପ୍ରତିକ୍ରିୟା

Leave A Reply

Your email address will not be published.

15 − twelve =