ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ଜାମିନ୍

0 738

ପାରାଦ୍ଵୀପ(ଦିପ୍ତୀରଂଜନ ଦାସ): ବହୁଚର୍ଚ୍ଚିତ ପାରାଦୀପର ସିୱେଜ ସିପିଂ କମ୍ପାନିର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କୁ ଗୁରୁବାର ହାଇକୋର୍ଟରୁ ଜାମିନ୍ ମିଳିଛି। ମହିମା ମିଶ୍ରଙ୍କୁ ୨୦୧୬ ଅକ୍ଟୋବର ୨୬ରେ ବ୍ୟାଙ୍କକ୍‌ରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ମହିମାଙ୍କୁ ଦୁଇଥର ଜାମିନ୍ ମିଳି ସାରିଛି। ତେବେ ଏହି ହତ୍ୟା ମାମଲାରେ ମାମଲାରେ ପୂର୍ବରୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ଜାମିନ୍‌କୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। ଖାରଜ ପରେ ପୁଣି ଜାମିନ୍ ପାଇଁ ମହିମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟ ୨୦୧୭ ମେ’ ୧୬ରେ ଜାମିନ ମଞ୍ଚର କରିଥିଲେ। ମହିମା ମିଶ୍ରଙ୍କ ଜାମିନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେପ୍ଟେଟର ୧୮ରେ ସୁପ୍ରିମକୋର୍ଟ ମହିମାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ନେବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ପୁଣିଥରେ ଜାମିନ୍ ମିଳି ଯାଇଛି।

Leave A Reply

Your email address will not be published.

fifteen + twelve =