ବିଧାୟକଙ୍କ ଦ୍ୱାରା ଅତ୍ୟାଧୁନିକ ଶୋରୁମ୍ ଉଦ୍ଘାଟିତ

0 1,262


କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗରେ ପାରାଦ୍ୱୀପ ବିଧାୟକ ଇଂ ସମ୍ବିତ କୁମାର ରାଉତରାୟଙ୍କ ଦ୍ୱାରା ଅତ୍ୟାଧୁନିକ ଶୋରୁମ୍ କ୍ୟୁ ବଜାର ଉଦ୍ଘାଟିତ ହୋଇଯାଇଛି । ପ୍ରତିଷ୍ଠାନର ପ୍ରମୁଖ ନୀଞ୍ଜଜନ ସୁନ୍ଦରାୟଙ୍କ ପୌରହିତ୍ୟରେ ଏହି ବଜାରକୁ ଉଦ୍ଘାଟନ ସମୟରେ ପାରାଦ୍ୱୀପ ବିଧାୟକ ଶ୍ରୀ ରାଉତରାୟ ମୁଖ୍ୟ ଅତିଥି ରୂପେ ଫିତା କାଟିବା ଉଦ୍ଘାଟନ କରିଥିଲେ । ଏହି ଅବସରରେ କୁଜଙ୍ଗ ଏକ କ୍ରମବର୍ଦ୍ଧିଷ୍ଣୁ ବଜାର ମାନ୍ୟତା ଲାଭ କରୁଥିବାରୁ ଏହି ନୂତନ ପ୍ରତିଷ୍ଠାନ ଅଂଚଳର ଚାହିଦା ପୂରଣରେ ସହାୟକ ହୋଇ ପରିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ରାଜୀବ ଝାଲରିଆ, ଦୀପକ ବର୍ଣ୍ଣାନୀ, ଶିବ କୁମାର ସାହୁଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 + 3 =