କୁଜଙ୍ଗର ଡ଼ାକ୍ତର ଛାତ୍ରୀ ପାଇଲେ ସ୍ୱର୍ଣ୍ଣ ପଦକ

0 929


କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ଅଂଚଳର ଝିଅ ଡ଼ାକ୍ତର ଶତାବ୍ଦୀ ପଟ୍ଟନାୟକ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏମ୍ ଡ଼ି ଏସ ସ୍ନାତକୋତ୍ତର ବିଭାଗରେ ଟପର ହୋଇ ସ୍ୱର୍ଣ୍ଣ ପଦକ ବିଜୟୀ ହେବା ସହିତ କୁଜଙ୍ଗ ମାଟିର ଗୋ÷ରବ ବୃଦ୍ଧି କରିଛନ୍ତି । ଗତ କାଲି ସୋଆ ୟୁନିଭରସିଟର ସମାବର୍ତ୍ତନ ଉତ୍ସବରେ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, କେନ୍ଦ୍ରମନ୍ତ୍ରୀ ନିତୀନ ଗନକାରୀ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଏହି ପଦକ ପ୍ରଦାନ କରିଥିଲେ । ପ୍ରକାଶଯେ, ଡ଼ାକ୍ତର ଶତାବ୍ଦୀ ପଟ୍ଟନାୟକ କୁଜଙ୍ଗ ଅଂଚଳର ବିଶିଷ୍ଟ ଶିକ୍ଷକ ନେତା ତଥା ସାମ୍ୟବାଦ ଆଦର୍ଶ ବୋଧର ପ୍ରଚାରକ ସ୍ୱର୍ଗତ ବିଭୂତିଭୂଷଣ ପଟ୍ଟନାୟକଙ୍କ ନାତୁଣୀ ହୋଇଥିବାବେଳେ ସମ୍ବାଦ ପତ୍ରିକା ‘ପରଦା’ର ସମ୍ପାଦକ ସରୋଜ କୁମାର ପଟ୍ଟନାୟକ, ରଶ୍ମୀରେଖା ପଟ୍ଟନାୟକଙ୍କର କନ୍ୟା ଅଟନ୍ତି । ଏହି ସଫଳତାର ଶ୍ରେୟ ସୁଶ୍ରୀ ପଟ୍ଟନାୟକ ନିଜର ବାପା, ମାଆ, ଦାଦା, ଖୁଡ଼ି ପରିବାର ବର୍ଗ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଦାନ କରିଛନ୍ତି । ଏବେ ସୁଶ୍ରୀ ପଟ୍ଟନାୟକ ସମ ହସ୍ପିଟାଲରେ ଡ଼ାକ୍ତର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ଏହି ସଫଳତା ପାଇଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସଙ୍ଗଠନ, ବୁଦ୍ଧିଜିବୀ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

Leave A Reply

Your email address will not be published.

1 × 2 =