ମା ଶାରଳା କି୍ରକେଟ୍ ଟୁର୍ଣ୍ଣାମେଂଟ୍ ଉଦଘାଟିତ

0 1,211


ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ଲକ୍ ବଜାର ପାଳନ୍ଦା ଖେଳ ପଡ଼ିଆଠାରେ ଆଜି ମା ଶାରଳା କି୍ରକେଟ ଆସୋସିଏସନ ପକ୍ଷରୁ କି୍ରକେଟ୍ ଟୁର୍ଣ୍ଣାମେଂଟ୍ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନୀ ଉସôବରେ ମୁଖ୍ୟଅତିଥିଭାବେ ଯୁବ ସଂଗଠକ ତଥା ତିର୍ତ୍ତୋଲ ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ସମ୍ମାନନୀତ ଅତିଥି ସାମ୍ବାଦିକ ନିଳାଦି୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳପଡ଼ିଆକୁ ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନି ମ୍ୟାଚଟି ସାଇ ଇଲେଭେନ୍ଷ୍ଟାର ଜଗତସିଂହପୁର ଓ କଟକ ଭାଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭାଣପୁର କି୍ରକେଟ୍ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗି କରି ୧୫ ଓଭର ମଧ୍ୟରେ ସମସ୍ତ ୱିକେଟ୍ ହରାଇ ୮୫ ରନ୍ ସଂଗ୍ରହ କରିଥିବାବେଳେ ଜଗତସିଂହପୁର କି୍ରକେଟ୍ ଟିମ୍ ୧୪ ଓଭର ଓ ୬ ୱିକେଟ୍ ବିନିମୟରେ ଆବଶ୍ୟକତା ରନ୍ ସଂଗ୍ରହ କରି କ୍ୱାର୍ଟର ଫାଇନାଲକୁ ବିବେଚିତ ହୋଇଥିଲା । ବିଜେତା ଦଳର ଇମ୍ରାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜିର ଏହି ଉଦ୍ଘାଟନ ଖେଳକୁ ହାପି ମହାପାତ୍ର ଓ କାର୍ତିକ ଲେଙ୍କା ଅମ୍ପେଆର ଭାବେ ପରିଚାଳନା କରିଥିବାବେଳେ ସୋମ୍ୟରଞ୍ଜନ ସ୍ୱାଇଁ , ଲଗନ ମହାନ୍ତି ଭାଷ୍ୟକାର ଭାବେ ଖେଳରେ ଯୋଗଦେଇଥିଲେ । ଏଥିରେ ସଭ୍ୟ ବିକ୍ରମ ରାୟ, ପ୍ରଭାତ ସ୍ୱାଇଁ, ଦେବୀ ପ୍ରସାଦ ରାୟ, ଶଙ୍କର ଟୁଡ଼ୁ, ବେଣୁ ଧର ସ୍ୱାଇଁ, ସୌମ୍ୟ ରଞ୍ଜନ ସ୍ୱାଇଁ, ପପୁ ଖାନ୍, ଜଗନ ମହାନ୍ତି, ରଜେଶ ମହାପାତ୍ର, ଅନିଲ ଭୋଳ, ଚନ୍ଦ୍ରକାନ୍ତ ସ୍ୱାଇଁ, ସନାତନ ସ୍ୱାଇଁ, ଅଜୟ ରାଉତ, ସାଗର ସାହୁ, ସୁଜିତ ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ସଞ୍ଜୟ ମଲ୍ଲିକ, ଗାନୁ ମହାପାତ୍ର, କୁମାର ମହାପାତ୍ର, ବାୟା ସାହୁ, ପିଙ୍କନ ସାହୁଙ୍କ ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

five × 2 =