ଅନଗ୍ରସର ବ୍ୟକ୍ତି ବିଶେଷଙ୍କ ଥଇଥାନ ଏବଂ ସହାୟତା ପାଇଁ ପ୍ରଥମ ନିଯୁକ୍ତି ଭିତିକ ୱେବସାଇଟ୍ ‘ଆମାଜିଙ୍ଗ୍ ୟୁ’ ଲୋକାର୍ପିତ

0 1,193

ଭୁବନେଶ୍ୱର,: ଭାରତରେ ଅନନ୍ୟ ନିଯୁକ୍ତି ଭିତିକ ତଥା ଉଦ୍ୟୋଗ ସହାୟତାକାରୀ ପୋର୍ଟର୍ାଲ୍ ଏହାର ଅଫିସିଆଲ୍ ୱେବସାଇଟ୍ ଓଡ଼ିଶାର ଭୁବନେଶ୍ୱରରୁ ୧୮ ନଭେମ୍ବର, ୨୦୧୯ ଠାରୁୂ ଆରମ୍ଭ କରିଛି ।

ଏହି ଅନନ୍ୟ ମାନବ ସମ୍ବଳ ପ୍ଲାଟଫର୍ମ ଶାରୀରିକ, ମେଡିକାଲ କିମ୍ବା ମାନସିକସ୍ତରରେ ଅନଗ୍ରସର ବ୍ୟକ୍ତି ବିଶେଷଙ୍କ ଥଇଥାନ ଏବଂ ସହାୟତା ଲକ୍ଷ୍ୟ ନେଇ କାର୍ଯ୍ୟ କରିଥାଏ । ଯେଉଁମାନଙ୍କୁ ସମାଜ ତଥା ନିଜ ପରିବାର ଅଣଦେଖା କରିଥାଏ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତ ରେ ସାମିଲ କରିବା ପାଇଁ ଆମାଜିଙ୍ଗ୍ ୟୁ କାର୍ଯ୍ୟ କରିଥାଏ ।

ଏହି ଅବସରରେ ଆମାଜିଙ୍ଗ-ୟୁ ଡଟ୍ କମ୍ର ପ୍ରତିଷ୍ଠାତା ନିର୍ଦେଶକ ସୁମନ ଅଞ୍ଜୟ କହିଲେ, ଆମାଜିଙ୍ଗ-ୟୁ ଡଟ୍ କମ୍ ଭାରତର ପ୍ରଥମ ସମାଜିକ ମାନବ ସମ୍ବଳ ଏବଂ ଉଦ୍ୟୋଗ ସହାୟତାକାରୀ ପୋର୍ଟାଲ୍ । ଯାହାକି ସମାଜିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ମଦର ଟେରେସାଙ୍କ କାର୍ଯ୍ୟଶୈ÷ଳି ରେ ଅନୁପ୍ରଣିତ । ଏହି ସଂସ୍ଥା ମଦର ଟେରେସାଙ୍କ ପଥକୁ ଅନୁସରଣ କରିଥାଏ । ଏହା ପ୍ରତିଟି ମନୁଷ୍ୟର ବିକାଶ ଏବଂ ଅଗ୍ରଗତି ଲକ୍ଷ୍ୟ ନେଇ କାର୍ଯ୍ୟ କରିଥାଏ ।

ଏହି ସଂସ୍ଥା ଫ୍ରେଶର୍ ଜବ୍ସିକର୍, କ୍ୟାନସର ୱିନର, ଏଚଆଇଭି ୱିନର, ରେପ୍ ୱିନର, ଦୃଷ୍ଟି ବାଧିତ, ଶାରୀରିକ ଦୃଷ୍ଟିରୁ ସକ୍ଷମ ନ ଥିବା, ଡ୍ରଗ୍ ଅଭ୍ୟସରୁ ମୁକ୍ତି ପାଇଥିବା, ମାନବ ଚାଲାଣ ପୀଡ଼ିତ, ଉଦ୍ୟୋଗ ଇଛା ରଖିଥିବା ଗୃହିଣୀ, ଏସିଡ୍ ଆକ୍ରମଣ ପୀଡ଼ିତା ଆଦିଙ୍କ ବିକାଶ କରି ଦେଶ ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସମାଜ ଅଣଦେଖା କରୁଥିବା ଏସବୁ ବର୍ଗଙ୍କୁ ଆବଶ୍ୟକ ସହାୟତା ଉପଲବ୍ଧ କରାଇ ଆମାଜିଙ୍ଗ-ୟୁ ଡଟ୍ କମ୍ ସେମାନଙ୍କୁ ଏକ ନୂତନ ପରିଚିତି ପ୍ରଦାନ କରିବାର ପ୍ରୟାସ କରିଥାଏ ।

ଆମେ ଏଭଳି ସମାଜ ଗଠନ କରିବାକୁ ଚାହୁଁଛୁ, ଯେଉଁଠି କୌଣସି ଶାରୀରିକ ଅକ୍ଷମ କାରଣରୁ କେହି ସଫଳତା ଲାଭ କରିବାରେ ଯେପରି ପଛୁଆ ନ ପଡ଼ିଯିବେ । ଦେଶବ୍ୟାପି ଏନେଇ ସଚେତନତା ସୃଷ୍ଟି ପାଇଁ ଆମେ ପ୍ରୟାସ କରୁଛୁ । ଆମେ ଅଣବିକଶିତ ଶିଶୁଙ୍କ ପାଇଁ ୩୦ ପ୍ରତିଶତ ଅନୁଦାନ ପ୍ରଦାନ କରୁଛୁ । ଏହା ସେମାନଙ୍କୁ ଆବଶ୍ୟକ ଶିକ୍ଷା ଏବଂ ସାଧାରଣ ସୁବିଧା ସୁଯୋଗ ଉପଲବ୍ଧ କରାଇବ । ଏହା ସହିତ ଆମେ ଶିଶୁ ଶ୍ରମିକ ବିରୋଧରେ ମଧ୍ୟ ଲଢେ଼ଇ ଜାରି ରଖିଛୁ ।

Leave A Reply

Your email address will not be published.

2 + 2 =