ଶୁଭଲକ୍ଷ୍ମୀ ମୃତ୍ୟୁ : ତଦନ୍ତ ପାଇଁ ପହଂଚିଲା ଜି.ଆର.ପି ପୋଲିସ

0 863


ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): କଟକ ପାରାଦୀପ ରେଳ ରାସ୍ତାର ବନ୍ଧବାଟି ଠାରେ ଚଳିତ ମାସ ୧୦ ତାରିଖରେ ଚୂନବେଲାରୀ ଗ୍ରାମର ରମେଶ ଓଝାଙ୍କ ଝିଅ ଶୁଭଲକ୍ଷ୍ମୀ ଓଝା(୧୯) ଙ୍କ ମୃତଦେହ ପଡ଼ି ରହିଥିବା ଦେଖାଯାଇଥିଲା । ଘଟଣାକୁ ନେଇ ନାନା କଥା ଶୁଣିବାକୁ ମିଳିଥିବା ବେଳେ ପରିବାର ପକ୍ଷରୁ ଶୁଭଲକ୍ଷ୍ମୀ ଙ୍କୁ ମାରି ରେଳ ଧାରଣା ପାଶ୍ୱର୍ରେ ଫିଙ୍ଗି ଦିଆଯାଇଥିବା ନେଇ ଅଭିଯୋଗ ଉଠିଥିଲା । କଟକରେ ଶୁଭଲକ୍ଷ୍ମୀ ରହି ପାଠ ପଢ଼ୁଥିବା ବେଳେ ସେଠାରେ କୌଣସି ଘଟଣାରୁ ତାକୁ ମାରି ଏଠାରେ ଫିଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ସନେ୍ଦହ କରାଯାଇଥିଲା । ଆଜି କଟକ ଜି.ଆର.ପି ପୋଲିସର ଏକ ତଦନ୍ତ କାରୀ ଦଳ ଶୁଭଲକ୍ଷ୍ମୀ ପରିବାରକୁ ସାଙ୍ଗରେ ଆଣି ଘଟଣା ସ୍ଥଳରେ ଅନୁସନ୍ଧାନ ଚଳାଇଥିବା ଦେଖିବାକୁ ମିଳିଥିଲା । କଟକ ଜି,ଆର.ପି ର ଏସ.ଆଇ. ପୁର୍ଣ୍ଣଚନ୍ଦ୍ର ରାଉଳ, ଇନିସପେକ୍ଟର ଉମାକାନ୍ତ ବିଶ୍ୱାଳ, ଡି.ଏସ୍.ପି ୍ସ୍ମୃତି ରଂଜନ କର, ଶୁଭଲକ୍ଷ୍ମୀର ବାପା, ମା’, ଏବଂ ଚୂନବେଲାରୀ ଗ୍ରାମର ପ୍ରାୟ ୨୦ ରୁ ଉଦ୍ଧ୍ୱର୍ ବ୍ୟକ୍ତି ଏହି ତଦନ୍ତ ସମୟରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଏହି ତଦନ୍ତ ପରେ ମୃତ ଶୁଭଲକ୍ଷ୍ମୀ ଓ ତା’ ପରିବାରକୁ ଉଚିତ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.

two × 4 =