ଜଗତସିଂହପୁରରେ ସେକ୍ସ ରାକେଟ ଠାବ

0 1,955

ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ସିପିଛକ ସ୍ଥିତ ବୃନ୍ଦାବନ ଗେଷ୍ଟ ହାଉସରୁ ସ୍ଥାନୀୟ ଅଞ୍ଚଳର ୬ ଜଣ ଯୁବକ ଓ ୬ ଜଣ କଲେଜ ପଢୁଆ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି l ଏହା ସହିତ ସେହି ଗେଷ୍ଟ ହାଉସର ଜଣେ କର୍ମଚାରୀଙ୍କୁ ନିଜ ହେପାଜତକୁ ନେଇଛି l

ବିବରଣୀରୁ ପ୍ରକାଶ ଯେ ଜଗତସିଂହପୁର ସଦର ମହକୁମାର ସିପି ଛକ ରେ ଥିବା ବୃନ୍ଦାବନ ଗେଷ୍ଟ ହାଉସ ନାମକ ଏକ ଘରୋଇ ଗେଷ୍ଟ ହାଉସ ରେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଛି।ଏଥି ସହିତ ଚଢ଼ାଉ ସମୟରେ ପୋଲିସ ୬ ଯୁବତୀ, ୭ଯୁବକ ଓ ଜଣେ ମହିଳା ଙ୍କୁ ଗିରଫ କରିଛି।ସୂଚନା ମୁତାବକ ଜଗତସିଂହପୁର ସହର ର ସିପି ଛକରେ ଥିବା ବୃନ୍ଦାବନ ଗେଷ୍ଟ ହାଉସ ନାମକ ଏକ ଘରୋଇ ଗେଷ୍ଟ ହାଉସ ରେ ଦୀର୍ଘଦିନ ଧରି ଅନୈତିକ କାର୍ଯ୍ୟକଳାପ ଚାଲି ଆସୁଥିବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପୋଲିସ ନିରବ ରହିଥିଲା।ତେବେ ଆଜି ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ କରି ଦିନ ୧୧ଟା ସମୟରେ ଚଢ଼ାଉ କରାଯାଇଥିଲା।ସହରରେ ଥିବା ବିଭିନ୍ନ ହୋଟେଲ, ଗେଷ୍ଟ ହାଉସ ଚଢ଼ାଉ କରାଯାଇଥିବା ବେଳେ ବୃନ୍ଦାବନ ଗେଷ୍ଟ ହାଉସ ରେ ଚଢ଼ାଉ ସମୟରେ ୭ ଟି ଜାକ କୋଠରୀରୁ ୭ ଯୋଡ଼ା ଯୁବକ, ଯୁବତୀ ଅନୈତିକ କାର୍ଯ୍ୟ ରେ ଲିପ୍ତ ଥିବା ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଛି।ତେବେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ହୋ ହାଲ୍ଲା କରିବା ଯୋଗୁଁ ପୋଲିସ କୁ ନାକେଦମ ହେବାକୁ ପଡିଥିଲା। ତେବେ ପ୍ରାୟ 2 ଘଣ୍ଟା ବିଳମ୍ବ ରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରି ଗେଷ୍ଟ ହାଉସ ରୁ ଥାନା କୁ ନେଇଥିଲା।ତେବେ ଅଭିଯୁକ୍ତ ମାନଙ୍କ ଠିକଣା ବର୍ତ୍ତମାନ ସୁଦ୍ଧା ଜଣା ପଡି ପାରିନାହିଁ।

Leave A Reply

Your email address will not be published.

13 − 6 =