ସ୍ଥିତିପ୍ରଜ୍ଞା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ : ସମ୍ବିଧାନ ଦେଶର ନାଗରିକଙ୍କୁ ସୁଦୃଢ କରିଥାଏ

0 791

ଭୁବନେଶ୍ୱର(ମାନସ ବସ୍ତିଆ) : ଆମ‌ ଦେଶର ସମ୍ବିଧାନ ଆମମାନଙ୍କୁ ଶାସନ କରିଥାଏ। ଜନ ପ୍ରତିନିଧି ଶାସନ ଭାର ନିଜ ହାତକୁ ନେଇ କାର୍ଯ୍ୟ ତୁଲାଇଥାନ୍ତି। ଫଳରେ ବିଶ୍ବର ବଡ଼ ଗଣତାନ୍ତ୍ରୀକ ରାଷ୍ଟ୍ର ସୁରୁଖୁରୁରେ ସମସ୍ତ ବର୍ଗର, ଜାତିର ଓ ଧର୍ମର ଲୋକଙ୍କୁ ନେଇ ସମାନ ବିଚାରକରି ପରିଚାଳନା ହୋଇଥାଏ। ଏପରି ବକ୍ତବ୍ୟ ଦେଇଛନ୍ତି ଶିକ୍ଷାବିତ ତଥା ସାହିତ୍ୟିକ ଅଧ୍ୟାପକ ବିଶ୍ବରଞ୍ଜନ। ଆଜି ଇନ୍‌ଫୋସିଟିସ୍ଥିତ ସ୍ଥିତିପ୍ରଜ୍ଞା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ସମ୍ବିଧାନ ଦିବସ ଅବସରରେ ଶ୍ରୀ ବିଶ୍ବରଞ୍ଜନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଇନ୍‌କୁ ସମ୍ମାନ କରିବା ଓ ଏହାକୁ ପାଳନ କରିବା ନେଇ ବୁଝାଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ଡ.ଦୀପକ କୁମାର ବେହେରା ଯୋଗଦେଇ ପିଲାମାନଙ୍କୁ ସାମ୍ବିଧାନୀକ ନିୟମାବଳି ଆମମାନଙ୍କ ପାଇଁ ନିତ୍ୟାନ୍ତ ଜରୁରି ବୋଲି ବୁଝାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଆପ୍ତକମ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ପ୍ରକାଶ ମହାପାତ୍ର, ମଞ୍ଜୁଳା ଆଚାର୍ଯ୍ୟ ଓ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ସ୍ୱାଧୀନ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ପିଲାମାନଙ୍କୁ ଶୃଙ୍ଖଳା ଜ୍ଞାନ ଏକ ସଫଳ ବ୍ୟକ୍ତିତ୍ବର ମନ୍ତ୍ର ବୋଲି ପ୍ରକାଶକରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥ‌ିଲେ ଅଧ୍ୟାପିକା ସ୍ନେହଲତା ପୃଷ୍ଟି । ସଭାକାର୍ଯ୍ୟରେ ଉପସ୍ଥିତ ଥିଲେ ଅଧ୍ୟାପକ ସୁକାନ୍ତ କୁମାର ବିଶ୍ବାଳ,ପ୍ରିୟଙ୍କା ରାୟ, କ୍ଷୀରୋଦିନି ବେହେରା,ବନ୍ଦିତା ମିଶ୍ର,ବିପ୍ଳବ ରଥ,ବିଜୟିନୀ ମିଶ୍ର,ବିଶ୍ବକାନ୍ତି ସ୍ୱାଇଁ ଓ ବିପ୍ଳବିନୀ ସ୍ୱାଇଁ। ବିଦ୍ୟାଳୟର କୃତି ଛାତ୍ରୀ ତଥା ଗତବର୍ଷ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରର୍ନସଅପ୍ ହୋଇଥିବା ଅନ୍ୱେଷା ଭଞ୍ଜଦେଓକୁ କଲେଜ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରବନ୍ଧ, ବିତର୍କ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟଶେଷର ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସମ୍ବିଧାନର ନିୟମକୁ ସମ୍ମାନଜଣାଇ ଆଇନ୍‌ଗତ ସମସ୍ତ ନିୟମକୁ ପାଳନ କରିବା ନେଇ ଶପଥପାଠ କରିଥିଲେ।

Leave A Reply

Your email address will not be published.

sixteen − eleven =