ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ମାମଲା : 3 ଗିରଫ

0 1,024

ରାଇରଙ୍ଗପୁର : ରାଇରଙ୍ଗପୁର କଲେଜରେ କଣ୍ଟ୍ରାକଚୁଆଲ ଅଧ୍ୟାପିକା ଭାବେ କାର୍ଯ୍ୟରତ ଅଧ୍ୟାପିକା ଆତ୍ମହତ୍ୟା ମାମଲାରେ ପୁଲିସ 3 ଜଣକୁ ଗିରଫ କରିଛି l ମୁଖ୍ୟ ଅଭିଯୁକ୍ତ ତଥା ଦୁଷ୍କର୍ମକାରୀ ସୌମ୍ୟ ରଞ୍ଜନ ସାହୁଙ୍କ ସମେତ ତାଙ୍କର ଦୁଇ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି l ଶନିବାର ରାତିରେ ହଷ୍ଟେଲ ମଧ୍ୟରେ ଅଧ୍ୟାପିକା ଜଣକ ଆତ୍ମହତ୍ୟା କରିଥିଲେ l
ପୂର୍ବରୁ ସେ ବଳାତ୍କାର ର ଶିକାର ହୋଇଥିଲେ, ଏବଂ ସେ ମାମଲା ମଧ୍ୟ ଗତିଶୀଳ ଅଛି। ମାନସିକ ଆଘାତ ରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି l ପୁଲିସ ତଦନ୍ତରେ ଅବହେଳା ଯୋଗୁଁ ଅଧ୍ୟାପିକା ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l

Leave A Reply

Your email address will not be published.

18 + ten =