ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ : କନେଷ୍ଟବଳଙ୍କ ସମ୍ପୃକ୍ତି ଅଭିଯୋଗ

0 895

ପୁରୀ : ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି l ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସରେ ଏହି ଜଘନ୍ୟକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ନିମାପଡ଼ା ବସ୍‌ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଅପେକ୍ଷାରେ ଥିଲେ। ଏହି ସମୟରେ ୪ ଜଣ ଯୁବକ ପୁଲିସ ପରିଚୟ ଦେଇ ତାଙ୍କୁ ତାଙ୍କ ଘରେ ଛାଡ଼ିଦେବାକୁ କହି କାର୍‌ରେ ଝାଡ଼େଶ୍ୱରୀ କ୍ଲବ୍  ନିକଟ କ୍ୱାର୍ଟର୍ସକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଘଟଣା ସମୟରେ ଜଣଙ୍କ ପର୍ସକୁ ଅକ୍ତିୟାର କରି ନେଇଥିଲେ  ଯୁବତୀ। ଏହି ପର୍ସରୁ ଜିତେନ୍ଦ୍ର ସେଠୀ ନାମକ ଜଣେ କନଷ୍ଟେବଲଙ୍କର ଆଇ କାର୍ଡ ମିଳିଥିବା ସୂଚନା ମିଳିଛି।

Leave A Reply

Your email address will not be published.

14 − 6 =