ଆସନ୍ତାକାଲି ନବୀନଙ୍କୁ ପଚାରିବ ବିଜେପି ମହିଳା ମୋର୍ଚ୍ଚା : ରକ୍ଷକ ଏଠି ଭକ୍ଷକ କାହିଁକି

0 697

ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରିବ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି l ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯାଜପୁରର ସ୍ମିତାରାଣୀ, ରାଇରଙ୍ଗପୁର ଅଧ୍ୟାପିକା ଓ ପୁରୀ ଯୁବତୀଙ୍କ ଦୁଷ୍କର୍ମ ଘଟଣା ରେ ପୁଲିସ ର ନିଷ୍କ୍ରିୟତା ଓ ସମ୍ପୃକ୍ତି ରହିଛି l ରକ୍ଷକ ଏଠି କାହିଁକି ଭକ୍ଷକ ସାଜିଛି ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି l ଆସନ୍ତାକାଲି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିବ ବୋଲି ସେ କହିଛନ୍ତି l ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.

19 − one =