ଜଗତସିଂହପୁର ଜିଲ୍ଲାରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ: ୨ ଗିରଫ

0 838

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଅଵକାରୀ ବିଭାଗ, ଜଗତସିଂହପୁର ପୋଲିସ ଓ କଟକ କେନ୍ଦ୍ରୀୟ ଅଵକାରୀ ଗୁଇନ୍ଦା ଟିମ ର ମିଳିତ ସହଯୋଗରେ ଚଢ଼ାଉ କରାଯାଇଛି। ଜିଲ୍ଲା ଅଵକାରୀ ବିଭାଗ ଅଧିକ୍ଷକ ରତିକାନ୍ତ ପଣ୍ଡା ଙ୍କ ନିର୍ଦ୍ଦେଶ ରେ ହୋଇଥିବା ଏହି ଚଢ଼ାଉ ରେ ସମୁଦାୟ ୩୮ ଗ୍ରାମ ବ୍ରାଉନ ସୁଗାର , ଯାହାର ଆନୁମାନିକ ମୁଲ୍ୟ ୩,୮୦,୦୦୦ ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଗିରଫ ୨ ଅଭିଯୁକ୍ତ ହେଲେ ମାର୍କଣ୍ଡପୁର ର ଦୀପକ କୁମାର ଦାସ ଏବଂ କଣ୍ଟାବଲ୍ଲଭପୁର ର ରବୀନ୍ଦ୍ରନାଥ ଭୋଇ। ତେବେ ଆଗାମୀ ଦିନରେ ଏହି ଚଢ଼ାଉ କୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅଵକାରୀ ବିଭାଗ ଅଧୀକ୍ଷକ।ଏହି ଚଢ଼ାଉ ରେ ଜିଲ୍ଲା ଅବକାରୀ ଅଧିକାରୀ ପ୍ରତାପ କୁମାର ଦାସ, ସଦର ଓଆଇସି ଲିଳିମା ସ୍ଵାଇଁ,କଟକ କେନ୍ଦ୍ରିୟ ଗୁଇନ୍ଦା ବିଭାଗ ଆଇଆଇସି ସୁଶାନ୍ତ କୁମାର ପାଣି, ଓଆଇସି ମନୀଷା ଭୋଳ, ଜଗତସିଂହପୁର ଥାନାର ସବଇନ୍ସପେକ୍ଟର ରବିନ୍ଦ୍ର କୁମାର ବେହେରା,କୁନିପ୍ରଭା ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.

12 + 5 =