ଏକୁଟିଆ ଘରେ ପାଇ ନାବାଳିକାକୁ ଅସଦାଚରଣ : ଥାନାକୁ ଗଲା ମାମଲା

0 1,649


କୁଜଙ୍ଗ(ରଂଜିତ କୁମାର ପଣ୍ଡା ) : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ଗ୍ରାମର ଜଣେ ୧୫ ବର୍ଷୀୟ ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ନେଇ ଆଜି ସନ୍ଧ୍ୟାରେ କୁଜଙ୍ଗ ଥାନାରେ ନାବାଳିକା ର ମା ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ , ଘରେ କେହି ନଥିବା ବେଳେ ସେହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅ କୁ ଦୁଷ୍କର୍ମ ଉଦ୍ୟମ କରିଥିଲା।ଝିଅ ର ମା ଘରେ ପହଞ୍ଚି ଯିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ଖରାପ୍ ଭାଷାରେ ଗାଳିଗୁଲଜ କରି ମାରଧର କରିବା ସହିତ ଜୀବନ ରୁ ମାରିଦେବାକୁ ଧମକ ଦେଇଛି।ଏ ନେଇ ମହିଳା ଜଣକ ଅଭିଯୁକ୍ତ ସଂପର୍କ ରେ ଲିଖିତ ଅଭିଯୋଗ କରିବା ସହିତ ଆଇନ୍ ଅନୁଯାୟୀ କାରଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.

1 × four =