ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦୁଇ ଛାତ୍ରୀଙ୍କ ଦାନ

0 694

ପାରାଦ୍ୱୀପ / ଅଠରବାଙ୍କୀ(ସ୍ମୃତି ରଞ୍ଜନ ଜେନା) : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତା’ର କାୟାବିସ୍ତାର କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟରେ ମଧ୍ୟ ଆଜି ସୁଦ୍ଧା ୧୨୮ତମ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଦେଶ ତଥା ରାଜ୍ୟରେ ଆର୍ଥିକ ସଂକଟ ଦେଖାଯାଇଛି । ସେହିପରି କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବହୁ ପ୍ରକାର ପଦକ୍ଷେପ ନେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବହୁ ରାଜନେତା, ମନ୍ତ୍ରୀ,ଅନୁଷ୍ଠାନ, ପ୍ରତିଷ୍ଠାନ ତଥା ସାଧାରଣ ଜନତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବହୁ ଅର୍ଥ ଦାନ କରିଛନ୍ତି । ଏହି କ୍ରମରେ ପାରାଦ୍ୱୀପ ଅଂଚଳର ଦୁଇଜଣ ଛାତ୍ରୀ ତାଙ୍କର ସଂଚିତ ଅର୍ଥକୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଜଣେ ହେଲେ ସୋନାକ୍ଷୀ ଦାସ, ପିତା-ଶିବଶଙ୍କର ଦାସ(ନବପ୍ରଭାତ ଶିଶୁବିଦ୍ୟା ମନ୍ଦିର ତୃତୀୟ ଶ୍ରେଣୀ ଛାତ୍ରୀ) ଓ ଅନ୍ୟ ଜଣେ ହେଲେ ତ୍ରିଷ୍ନା ତମନ୍ନା ଚୌଧୁରୀ, ପିତା-ସାରଦା ଚୌଧୁରୀ (ଡିଏଭି ପବ୍ଲିକ ସ୍କୁଲ ପାରାଦ୍ୱୀର ୭ମ ଶ୍ରେଣୀ ଛାତ୍ରୀ) । ଏହି ଦୁଇଜଣ ହେଉଛନ୍ତି ସଂପର୍କରେ ଦୁଇ ଭଉଣୀ । ସେମାନେ ତାଙ୍କର ସଂଚିତ ୫୫୭୦ ଟଙ୍କାକୁ ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁଚରଣ ଧିରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହି ଅବସରରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମେତ ସୋନାକ୍ଷୀର ମାତା ଅର୍ପିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × one =