ଟ୍ରକ୍ ମାଲିକ ଓ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ

0 669

ପାରାଦ୍ୱୀପ/ଅଠରବାଙ୍କୀ(ସ୍ମୃତି ରଞ୍ଜନ ଜେନା) : ସମଗ୍ର ଦେଶ କରୋନାର ଭୟଙ୍କର ସ୍ଥିତି ରେ ଚାଲିଥିବା ବେଳେ ଦେଶରେ ପଣ୍ୟ କାରବାର କରୁଥିବା ଡ୍ରାଇଭର ମାନଙ୍କୁ ସୁରକ୍ଷା ଦେବାପାଇଁ ଉଭୟେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ବିଡମ୍ବନାର କଥା ଯେ, ପାରାଦ୍ୱୀପକୁ ପଣ୍ୟନେଇ ଆସିଥିବା ଭୁବନେଶ୍ୱରର ଜନୈକ ଟ୍ରକ୍ ମାଲିକ ଓ ତାଙ୍କ ଡ୍ରାଇଭରଙ୍କୁ ପାରାଦ୍ୱୀପରେ ମାଡ ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ଘଟଣାରୁ ପ୍ରକାଶ ଯେ, ଗତ ବୁଧବାର ଦିନ ପାରାଦ୍ୱୀପ ବନ୍ଦର ମଧ୍ୟକୁ ଆଇରନଓର୍ ଖଲାସ କରିବା ପାଇଁ ଓଡି-୦୪-ଏନ୍-୪୩୩୧ ଟ୍ରକ୍ ଆସିଥିଲା । ଖଲାସ କରି ସରିବା ପରେ ଫେରୁଥିବା ବେଳେ ବନ୍ଦର ମଧ୍ୟରେ ଥିବା ଜେ.ଏସ୍.ଡବ୍ଳୁ୍ୟ ସଂସ୍ଥାର ସିକୁ୍ୟରିଟି ଗାର୍ଡ ଏହି ଟ୍ରକ୍କୁ ଅଟକାଇ ଥିଲେ । ଟ୍ରକ୍ ର ମାଲିକ ମିଟୁ ଭୂୟାଁ ଓ ଡ୍ରାଇଭର ଏସ୍.କେ. ଜମାଲଉଦ୍ଦିନଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମରଣାତ୍ମକ ଆକ୍ରମଣ କରିଥିଲେ । ଉଭୟେ ଟ୍ରକ୍ ମାଲିକ ଓ ଡ୍ରାଇଭର ସିକୁ୍ୟରିଟି ଗାର୍ଡଙ୍କୁ କାରଣ ପଚାରିବାରୁ ପୁନଶ୍ଚ ମାଡ ମାରିଥିଲେ ସଂପୃକ୍ତ ସଂସ୍ଥାର ସିକୁ୍ୟରିଟି ଗାର୍ଡ । ଏକ ଠିକା ସଂସ୍ଥା ଅଧିନରେ କାମ କରୁଥିବା ସିକୁ୍ୟରିଟି ଗାର୍ଡ ପୁଣି ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ମାଡ ମାରିବା ଓ ଗାଳି ଗୁଲଜ କରିବା ଘଟଣାକୁ ପାରାଦ୍ୱୀପ ଅଂଚଳର ଅନ୍ୟ ଗାଡି ମାଲିକମାନେ ଦୃଢନିନ୍ଦା କରିଛନ୍ତି । ଏ ଘଟଣା ପରେ ଗୁରୁବାର ଦିନ ଉଭୟେ ଗାଡିମାଲିକ ମିଟୁ ଭୂୟାଁ ଓ ତାଙ୍କ ଡ୍ରାଇଭର ପାରାଦ୍ୱୀପ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

fifteen + eighteen =