କରୋନାରେ ଯୋଦ୍ଧା ସାଜିଛନ୍ତି ୨ ବିଧାୟକ । ଦେଖା ନାହାନ୍ତି ସାଂସଦ, ଛପିଗଲେ ୨ ନୂଆ ବିଧାୟକ !

0 1,906

ତିର୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ): ସାରା ବିଶ୍ବରେ କରୋନା ର ପ୍ରକୋପ ଚାଲିଥିବା ବେଳେ ଭାରତ ସହିତ ଆମ ରାଜ୍ୟ ଓଡ଼ିଶା ମଧ୍ୟ ସେଥିରୁ ବାଦ୍ ପଡ଼ିନାହିଁ । ଦିନକୁ ଦିନ ଏହି ଭୂତାଣୁ ଜନିତ ରୋଗ ତାର କାୟା ବିସ୍ତାର କରି ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟସରକାର ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ କାମ କରୁଛି । ସେହିପରି ଏହି ଜଟିଳ ତାଲା ବନ୍ଦ ପରିସ୍ଥିତି ରେ ରାଜ୍ୟରେ ରକ୍ତର ଘୋର ଅଭାବ ଦେଖାଯାଉଥିବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ବିଧାୟକ,ସାଂସଦ ଏବଂ ସ୍ବେଛସେବୀ ସଙ୍ଗଠନ କୁ ନିବେଦନ କରିଛନ୍ତି କିଛି କିଛି ମାତ୍ରା ରେ ରକ୍ତ ସଂଗ୍ରହ କରିବାକୁ । କିନ୍ତୁ ଏହି ଜଗତସିଂହପୁର ଜିଲ୍ଲାରେ ଜୀବନବିନ୍ଦୁ ମାଧ୍ୟମରେ ଏହି କରୋନା ସମୟରେ ମାନବିକତା ଦେଖାଇଛନ୍ତି ଜିଲ୍ଲା ର ୨ ଯୋଦ୍ଧା ଯଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଏବଂ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି । ଏ ଦୁହେଁ ମୂଳରୁ ଗୁରୁ ଶିଷ୍ୟ ନାମରେ ପରିଚିତ ହୋଇଥିଲେ ବି ରାଜନୀତି ରେ ପୋଖତ ଥିବା ବିଷ୍ଣୁ ଦାସଙ୍କୁ ନିଜ ଗୁରୁବୋଲି ମାନିଛନ୍ତି ପ୍ରଶାନ୍ତ । ଯାହାଫଳରେ ଏହି ଦୁର୍ଦ୍ଦିନ ସମୟରେ ପ୍ରଶାନ୍ତ ମୁଦୁଲି ନିଜ ନିର୍ବାଚନ ମଣ୍ଡଳୀରୁ ୧୭୪ ଏବଂ ବିଷ୍ଣୁ ଦାସ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ୧୬୫ ୟୁନିଟ୍ ରକ୍ତ ସଂଗ୍ରହ କରି ଦଳର ସୁପ୍ରିମୋ ଙ୍କ ନିକଟତର ହୋଇପାରିଛନ୍ତି । ଦଳର ସୁପ୍ରିମୋ ଙ୍କ ନିର୍ଦ୍ଦେଶ ପାଳନ କରିଥିବାରୁ ରାଜ୍ୟସଭା ସାଂସଦ ଅମର ପଟନାୟକ ୨ ବିଧାୟକ ଙ୍କୁ ତରିଫ୍ ମନ୍ଦ୍ୟ କରିବାକୁ ପଛାଇ ନାହାନ୍ତି ।
କିନ୍ତୁ ଏହି ସମୟରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ରୁ ଉଭାନ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର ଦୁଇ ନବ ନିର୍ବାଚିତ ବିଧାୟକ ତଥା ମନ୍ତ୍ରୀ ସେଥିରୁ ମଧ୍ୟ ବାଦ୍ ପଡି ନାହାନ୍ତି ସାଂସଦ । କରୋନା ମୁକାବିଲା ରେ ସବୁ ଲୋକଙ୍କୁ ବାର୍ତ୍ତା ଦେବାଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ରକ୍ତ ସଂଗ୍ରହ କରି ସୋସିଆଲ ମିଡ଼ିଆ ମାଧ୍ୟମରେ ଅକ୍ଟିଭ୍ ହୋଇ ରହିଥିବା ଗୁରୁ ଶିଷ୍ୟ ଯୋଡ଼ି ଏବେ ବେସ୍ ପ୍ରଭାବ ବିସ୍ତାର କରୁଥିବା ବେଳେ । ନିକଟରେ ସାଙ୍ଗ ହୋଇ ସଂଗୀତ ଗାନ କରି ସୋସିଆଲ ମିଡ଼ିଆ ରେ ଭାଇରଲ୍ ନବ ନିର୍ବାଚିତ ମନ୍ତ୍ରୀ, ବିଧାୟକ ଓ ସାଂସଦ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ରୁ ଗଲେ କୁଆଡେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.

thirteen + 1 =