ନବୀନଙ୍କ ପାୱାରମ୍ୟାନ ଅମରଙ୍କୁ ମୋଦିଙ୍କ ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତାକୁ ନେଇ ଚର୍ଚ୍ଚା

0 2,741

ଭୁବନେଶ୍ୱର : ରାଜ୍ୟ ବିଜେଡ଼ି ରାଜନୀତି ରେ ବହୁତ୍ କମ ଦିନରେ ଆସି ମୋଦି ସରକାର ଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ୨୦୧୯ ନିର୍ବାଚନ ରେ ଚେକ୍ ଦେଇଥିବା ବିଜେଡ଼ି ରାଜ୍ୟ ଆଇଟି ସେଲ୍ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡ଼. ଅମର ପଟ୍ଟନାୟକ ଙ୍କୁ ଏବେ ପ୍ରଧାମନ୍ତ୍ରୀଙ୍କ ଢେର୍ ପ୍ରସଂସା ଦେଖିବାକୁ ମିଳୁଛି । ସେହିଭଳି ନିର୍ବାଚନ ସମୟରେ ରାଜ୍ୟର ପ୍ରତି ବ୍ଲକରେ ବିଜେଡ଼ି ର ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ନିଜେ ଦାୟିତ୍ୱରେ ରହି ବିଜେପି ର ତୃଣମୂଳ ସ୍ତରରୁ ସଂଗଠନ କୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ ଅମର ପଟ୍ଟନାୟକ । ନିର୍ବାଚନ କିଛି ଦିନପରେ ଦଳର ସୁପ୍ରିମୋ ତାଙ୍କ ମୁଣ୍ଡରେ ରାଜ୍ୟସଭା ସାଂସଦ ର ଭାର ଦେଇଥିଲେ । ନିକଟରେ ରାଜ୍ୟସଭା ଅଧିବେଶନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକାରୀ କଲ୍ୟାଣ ଯୋଜନା ଏବଂ ଓଡ଼ିଶାର ହକ୍ କୁ ନେଇ ପ୍ରଥମ ଥର ପାଇଁ ସଂସଦରେ ଛଅ ଟି ଭାଷାରେ ପ୍ରଶ୍ନ କରି ମୋଦି ସରକାର ଙ୍କ ଉପରେ ବର୍ଷିଥିଲେ ସାଂସଦ ଆମର ପଟ୍ଟନାୟକ ,କିନ୍ତୁ ଏହା ଭିତରେ ବିତି ଯାଇଛି ଅନେକ ଦିନ, ଆସିଛି ସାରା ବିଶ୍ବରେ କରୋନା ମହାମାରୀର ଆତଙ୍କ । ଅଧିକାଂଶ ସାଂସଦ ଘରେ ରହିଥିବା ବେଳେ ଛାଡ଼ି ନାହାନ୍ତି ହାତ ଅମର ପଟ୍ଟନାୟକ ନିଜେ ସୋସିଆଲ ମିଡ଼ିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦଶରେ ରାଜ୍ୟରେ କିଭଳି ଆକ୍ରାନ୍ତ ଙ୍କ ସଂଖ୍ୟା କମିବ ପ୍ରତି ବ୍ଲକ ଠାରୁ ନେଇ ଜିଲ୍ଲା ଏବଂ ରାଜ୍ୟ ଅାଇଟି ସେଲ୍ ସଂଯୋଜକ ଙ୍କ ଠାରୁ ଭି.ସି. ଦ୍ଵାରା ତାଙ୍କର ମତାମତ ଆଣିବା ପରେ ଜିଲ୍ଲାପାଳ ଙ୍କ ସହିତ ଯୋଗାଯୋଗ ରଖି ବେସ୍ ପରିଚିତ ହାସଲ କରିବା ପରେ ନିକଟରେ ପ୍ରଧାନମନ୍ତ୍ରୀ ତାଙ୍କର ଜନ୍ମ ଦିବସରେ ଏହିଭଳି କର୍ମ ପାଇଁ ତାଙ୍କୁ ଉତରତ୍ୱର୍ ଏବଂ ସୁସ୍ଥ ନିରାମୟ ଜୀବନ କାମନା କରିବା ସହିତ ଅଭିନନ୍ଦନ ଜଣାଇବା ପାଇଁ ପଛେଇ ନାହାନ୍ତି । ଯାହାକି ପ୍ରଧାମନ୍ତ୍ରୀଙ୍କ ପୂର୍ବରୁ ଅନେକ ଥର ତାଙ୍କ ଡିବେଟ୍ ରେ ଭାଗ ନେବାକୁ ଆମନ୍ତ୍ରଣ କରିଥାନ୍ତି ଯାହାକୁ ନେଇ ଏବେ କେବଳ ଓଡ଼ିଶାରେ ନୁହଁନ୍ତି ଭାରତ ବର୍ଷରେ ନବୀନ ସରକାର ଙ୍କ ଏକ କରୋନା ଯୋଦ୍ଧା ରେ ନିଜକୁ ସମିଲକରି ରାଜ୍ୟ ସରକାରଙ୍କ ହାତମୁଠାକୁ ଟାଣ କରି ବିରୋଧୀ ଙ୍କ ପାଇଁ ଏକ କଣ୍ଟା ସାଜିଛନ୍ତି ଅମର । ତାଙ୍କର ଏହି ଭଳି କାର୍ଯ୍ୟ ଦକ୍ଷତା ପାଇଁ ଏବେ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସାଂସଦ ଡ଼. ଅମର ପଟ୍ଟନାୟକ ।

Leave A Reply

Your email address will not be published.

18 − three =