ଜୀବନ ସାର୍ଥକ ହେଉ

0 629

କବି : ସୁଧୀର କୁମାର ମିଶ୍ର

ସଂସାରେ ପ୍ରାଣୀ ସୁଖ ଲୋଡ଼ିଥାଏ
ଦୁଃଖ କେହି ଚାହେଁ ନାହିଁ,
ଯେବେ ଜୀବନରେ ଦୁଃଖ ଆସଇ
କେ ରୋକି ପାରଂତି ନାହିଁ.

ତେଣୁ ଏ ମିନତୀ ତବ ପାଶେ ପ୍ରଭୁ!
ଜୀବନରେ, ଆସେ ଯଦି କେବେ ଦୁଃଖ

ଯୁଝିବାର ଶକ୍ତି ପ୍ରାଣେ ଭରି ଦିଅ
ନହଉ ବିହ୍ବଳ- କାତର ଚିତ୍ତ l

ମୋ ମନର ଆଶା ମୋ ମନେ ନିବଦ୍ଧ
ମନେ ମୋର ଆଶା ରହୁ,
ଆଶାହୀନ କେବେ ନ ହେଉ ଜୀବନ
ଆଶା-ପ୍ରତ୍ଯଶା ଶୂନ୍ଯ ନ ହେଉ.

ଆକର୍ଷଣ- ପୂର୍ଣ ସଂସାର ହେଉ
ପ୍ରାଣୀ ଜୀବନେ ମୋହିତ ରହୁ,
ଏ ଜୀବନ ମୋର ଲୋଡ଼ା ନାହିଁ ଆଉ
ମନର ଭାବନା, ଏମତ-ସୂଚକ ନୋହୁ.

ସ୍ୱପ୍ନ- ଲାଳସା ଜୀବନ ପ୍ରେରଣା
ଜୀବନର ଉତ୍ସ ହେଉ
ସ୍ୱପ୍ନ- ସଂଯୁତ, କଳ୍ପନା-ପ୍ରସୂତ
ଜୀବନ ସାର୍ଥକ ହେଉ l

ବେଙ୍ଗାଲୁରୁ

Leave A Reply

Your email address will not be published.

7 + eight =