ବିଧାୟକଙ୍କ ଆଦେଶକୁ ହେୟଜ୍ଞାନ ମହଙ୍ଗା ପଡିଲା : ଏରିଆ ପାର ହେଲେ ତିର୍ତ୍ତୋଲ ବିଡିଓ

0 2,165

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତ୍ତୋଲ ବ୍ଲକରେ ଦୁର୍ନୀତି ବୃଦ୍ଧି ପାଇବା ପରେ ବିଧାୟକ ଙ୍କ ବହୁ ଆଦେଶକୁ ବେଖାତିର କରି ହର଼ଡଘଣାରେ ପଡି ଏରିଆ ପାର ହୋଇଛନ୍ତି ତିର୍ତ୍ତୋଲ ବ୍ଲକ ବିଡିଓ ରଞ୍ଜନ କୁମାର ପରିଡ଼ା । ଶ୍ରୀ ପରିଡ଼ା ତିର୍ତ୍ତୋଲ ବ୍ଲକରେ ପ୍ରାୟ ୩ ବର୍ଷରୁ ଅଧିକ ରହିବା ସହ ଏଠାରେ ବିଭିନ୍ନ ଦୁର୍ନୀତି ଘଟଣାରେ ଯେପରିକି ଭତା, ରେସନ୍ କାର୍ଡ, ବିଜୁ ପକକାଘର ଓ କରୋନା ରେ ୧୬ଲକ୍ଷ୍ୟର ହିସାବ ରେ ଛନ୍ଦିହେବା ପରେ ରାତାରାତି ବଦଳିଥିଲା ହିସାବ ଯାହାଫଳରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବାପରେ ବିଧାୟକ ନିଜେ ଆସି ଏହାକୁ ସମୀକ୍ଷା କରିଥିଲେ । ପ୍ରାୟ କିଛି ଦିନ ପରେ ବିଡିଓ କିଛି ମୁଷ୍ଟିମୟ ଲୋକଙ୍କ ଙ୍କ କଥାରେ ପଡି ମନ୍ତ୍ରୀଙ୍କ ପାୱାର କରିଡ଼ର ରେ ରହିବାକୁ ଚେଷ୍ଟା କରୁଥିବା ଏବଂ ବିଧାୟକଙ୍କ କଥାକୁ ହେଜ୍ଞାନ କରିଥିବା ଚର୍ଚ୍ଚା କୁ ଆସିଥିଲା ! ବିଧାୟକ ବିଷ୍ଣୁ ଦାସ ବହୁତ କ୍ଷୁବ୍ଧ ହୋଇ ନିକଟରେ ୫ଟି ସଚିବ ଙ୍କ ସହିତ କଥା ହେବା ପରେ ପଞ୍ଚାୟତ ରାଜ ବିଭାଗର ସଚିବଙ୍କୁ ଏହି କରୋନା ମହାମାରୀ ସମୟରେ ସାକ୍ଷାତ ହୋଇ ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକ ବାବଦରେ ଆଲୋଚନା କରିଥିଲେ । ଯାହାକି ନିକଟରେ ଶାନ୍ତିସେନା ପକ୍ଷରୁ ସଚିବାଳୟରେ ଡେରା ପକାଇବା ଖବର ପ୍ରକାଶ ପାଇଥିଲା ଯାହାଫଳରେ ତିର୍ତ୍ତୋଲ ର ବିଡିଓ ପରିବର୍ତ୍ତନ ର ଆଭାସ ମିଳିଥିଲା କିନ୍ତୁ ଏ ବାବଦରେ ବିଧାୟକଙ୍କୁ ପଚାରିବାରୁ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ୩ଟି ବ୍ଲକ ପ୍ରବାସୀ ଓଡ଼ିଆଙ୍କ ଥଇଥାନ ବିଷୟରେ ଆଲୋଚନା କରିଥିବା କଥା କହି କଥାକୁ ଏଡାଇ ଦେଇଥିଲେ l ତାହାର ରେଜଲ୍ଟ ଦେଖିବାକୁ ମିଳିଛି ଗତକାଲି ପଞ୍ଚାୟତ ରାଜ ବିଭାଗର ଚିଠି ୯୧୪୫(୩/୬/୨୦) ରେ ନିର୍ଦ୍ଦେଶନାମା ଜାରୀ କରାଜାଇଛି ଏବଂ ପୁରୀର କାର୍ଯ୍ୟରତ ଥିବା ଜଗନ୍ନାଥ ମନ୍ଦିର ପ୍ରଶାସକ ଓଏସ୍ ଅଧିକାରୀଙ୍କୁ ତିର୍ତ୍ତୋଲ ବିଡିଓ ଦାୟିତ୍ଵ ନେବେ ବୋଲି ପ୍ରକାଶ ପାଇଛି । ଏହି ବିଷୟରେ ବିଧାୟକ ଶ୍ରୀ ଦାସ ଙ୍କ ମତ ନେବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇ ପାରିନଥିଲା ।

Leave A Reply

Your email address will not be published.

1 × 3 =