ଖୁବଶୀଘ୍ର ହେବାକୁ ଯାଉଛି ମନ୍ତ୍ରିମଣ୍ଡଳ ନବକଳେବର

0 2,996

ଭୁବନେଶ୍ୱର : ପଞ୍ଚମ ଥର କ୍ଷମତାସୀନ ହୋଇଥିବା ବିଜେଡି ସରକାରରେ ବ୍ୟାପକ ଆକାରରେ ପରିବର୍ତ୍ତନ ହେବାକୁ ଯାଉଛି । ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ସହ ସାଙ୍ଗଠନିକ ଦାୟିତ୍ୱରେ ମଧ୍ୟ ପରିବର୍ତ୍ତନ ହେବ । ଦଳୀୟ ଶୀର୍ଷ ନେତୃତ୍ୱ ଏବଂ ତୃତୀୟ ମହଲା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ମାସ ଭିତରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ହେବାକୁ ଯାଉଛି । ଯଦି ବର୍ତ୍ତମାନର ରାଜନୈତିକ ଅଙ୍କକୁ ବିଶ୍ଳେଷଣ କରାଯାଏ ତେବେ ସେପ୍ଟେମ୍ବର ଶେଷ ସୁଦ୍ଧା ଅଦଳବଦଳ ଏକପ୍ରକାର ସୁନିଶ୍ଚିତ ବୋଲି ଜଣାପଡିଛି । କେବଳ ଏହା ଭିତରେ ମହାମାରୀ କରୋନା କେବଳ ଦାଉ ସାଜିଛି ସେଥିପାଇଁ ବିଳମ୍ବ ହେଉଛି ।
ବିଜେଡିର ଶୀର୍ଷ ନେତୃତ୍ୱର ଜଣେ ଜଣେ ପଶ୍ଚିମ ଓଡିଶା ନେତାଙ୍କ କହିବା ଅନୁଯାୟୀ ଅବିରକ୍ତ ବାଲେଶ୍ଵରରୁ ପ୍ରତିନିଧିତ୍ଵ କରୁଥିବା ଜ୍ୟୋତି ପାଣିଗ୍ରାହୀ, କେନ୍ଦୁଝର ଜିଲ୍ଲା ପ୍ରେମାନନ୍ଦ ନାଏକ ଏବଂ କୋରାପୁଟ ଅଞ୍ଚଳରୁ ପଦ୍ମିନୀ ଦିଆନଙ୍କ ବାଦ ଯିବାର ସମ୍ଭାବନା ଅଛି । ସେହିପରି ମୟୁରଭଞ୍ଜର ସୁଦାମ ମାରାଣ୍ଡି ଏବଂ ପୁରୀର ସମୀର ରଞ୍ଜନ ଦାସଙ୍କୁ ନେଇ ମଧ୍ୟ ତର୍ଜମା ଚାଲିଛି । ହେଲେ ଉଭୟ ଜିଲ୍ଲାର ରାଜନୈତିକ ସ୍ଥିତିକୁ ଦେଖିଲେ ଏହି ଦୁଇଜଣ ଅପରିବର୍ତିତ ରହିପାରନ୍ତି ବୋଲି କୁହା ଯାଉଛି । ସେହିପରି ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ନେଇ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନିଆଯାଇ ପାରେ ଏବଂ ଉପକୂଳ ଓଡ଼ିଶାରୁ ଏକ ବରିଷ୍ଟ ନେତା କୁ ମନ୍ତ୍ରୀ ପଦରେ ଦଳର ସୁପ୍ରିମୋ ଥଇଥାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାର ଶଶି ଭୂଷଣ ବେହେରା ଓ ପ୍ରତାପ ଦେବଙ୍କ ନାମ ରହିଥିବା ଚର୍ଚ୍ଚା ହେଉଛି ।
ସେହିପରି ବିଜେଡ଼ିର ଜଣେ ଉପକୂଳ ଓଡ଼ିଶାର ନେତା କହିବା ଅନୁଯାୟୀ ବିଜେଡିର ଶୀର୍ଷ ନେତୃତ୍ୱ କେତେକ ମନ୍ତ୍ରୀଙ୍କର ବିଭାଗ ପରିବର୍ତ୍ତନକୁ ନେଇ ଚିନ୍ତା ବଢୁଥିବାର ଜଣାପଡୁଛି ।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ, ନଗରଉନ୍ନୟନ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କୁ ନେଇ ପ୍ରାଥମିକ ଆଲୋଚନା ହୋଇଛି । ନୂତନ ମନ୍ତ୍ରୀ ମଣ୍ଡଳକୁ ୨ଜଣ ପୁରୁଣା ହେଭିୱେଟ ଫେରିବାର ସମ୍ଭାବନା ଅଧିକ । ଏହି ଦୁଇଜଣ ହେଲେ କେନ୍ଦ୍ରାପଡ଼ାର ଅତନୁ ସବ୍ୟସାଚୀ ନାୟକ ଏବଂ କେନ୍ଦୁଝରର ବଦ୍ରୀ ନାରାୟଣ ପାତ୍ର ବୋଲି ଜଣାପଡୁଛି । ଅନ୍ୟ ବରିଷ୍ଠ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମଲଙ୍କ ନାମ ବର୍ତ୍ତମାନ ବିଚାରକୁ ନିଆଯାଇପାରେ । ସେହିପରି ଯୁବ ବିଧାୟକଙ୍କ ମଧ୍ୟରେ ଲତିକା ପ୍ରଧାନ, ପ୍ରଶାନ୍ତ ମୁଦୁଲି, ଅନନ୍ତ ନାରାୟଣ ଜେନା ଏବଂ ମିନାକ୍ଷୀ ମହନ୍ତଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
ମନ୍ତ୍ରୀ ହେବାପାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ମହାରଥୀ ଏବଂ ଦେବୀପ୍ରସାଦ ମିଶ୍ର ଚେଷ୍ଟା ଚଳାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

two × two =