ଏନଆଇଆରଏଫ ରାଙ୍କିଙ୍ଗରେ ନାହିଁ ରାଜ୍ୟର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ

0 675

ରାଜ୍ୟ ବିଶ୍ୱବିଦ୍ୟାଳୟ ମାନଙ୍କର ବିପର୍ଯ୍ୟସ୍ତ ସ୍ଥିତି ସାମ୍ନାକୁ ଆଣିଲା NIRF ରାଙ୍କିଙ୍ଗ

ଭୁବନେଶ୍ୱର : ଆଜି ପ୍ରକାଶିତ ଏନ୍.ଆଇ.ଆର୍.ଏଫ୍ ରାଙ୍କିଙ୍ଗ ୨୦୨୦ ରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶତକରେ ସ୍ଥାନ ପାଇନାହିଁ। ଓଡ଼ିଶାର ବିଶ୍ୱବିଦ୍ୟାଳୟର ବିପର୍ଯ୍ୟସ୍ତ ସ୍ଥିତିର ଏହା ହେଉଛି ପ୍ରତିଫଳନ। ଓଡ଼ିଶାରେ ଥିବା କିଛି ରାଷ୍ଟ୍ରୀୟ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ଟପ ୧୦୦ରେ ଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ କୌଣସି ଶିକ୍ଷାନୁଷ୍ଠାନ ଏଥିରେ ସ୍ଥାନ ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପରିଷଦ ର ରାଜ୍ୟ ସମ୍ପାଦକ ଶ୍ରୀ ଶଶିକାନ୍ତ ମିଶ୍ର ମତ ପ୍ରକାଶ କରିଛନ୍ତି।

ଓଡ଼ିଶାର ମୋଟ ୪ଟି ଶିକ୍ଷାନୁଷ୍ଠାନ ଏନ.ଆଇ.ଟି ରାଉରକେଲା (୩୨), ସୋଆ (୩୮), କିଟ ବିଶ୍ୱବିଦ୍ୟାଳୟ (୪୪), ଆଇଆଇଟି ଭୁବନେଶ୍ୱର (୫୬) ଶ୍ରେଷ୍ଠ ୧୦୦ରେ ଅଛନ୍ତି। ଓଡ଼ିଶାରୁ ମାତ୍ର ୨୨ଟି ଶିକ୍ଷାନୁଷ୍ଠାନ ଏଥିରେ ଭିନ୍ନ ଭିନ୍ନ ବର୍ଗ ରେ କିଛି ନା କିଛି ସ୍ଥାନ ପାଇଥିବା ବେଳେ, ରାଜ୍ୟ ବିଶ୍ଵବିଦ୍ୟାଳୟ ବର୍ଗ ରେ ଉତ୍କଳ ବିଶ୍ଵବିଦ୍ୟାଳୟ ୯୬ତମ ସ୍ଥାନରେ ଅଛି।

ଆଇଆଇଟି ମାଡ୍ରାସ ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ହୋଇଥିବାବେଳେ, ଏନ.ଆଇ.ଟି ରାଉରକେଲା ଦେଶରେ ୩୨ତମ ସ୍ଥାନ ସହ ଓଡ଼ିଶାର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ହୋଇଛି। ତେବେ ଏହି ଶୃଙ୍ଖଳା ରେ ମୟୁରଭଞ୍ଜ ଜିଲ୍ଲାର ସୁକୃଲି ଡିଗ୍ରୀ କଲେଜ ରାଙ୍କିଙ୍ଗ ପାଇଁ ଆବେଦନ କରିଥିବା ବେଳେ ବିପିୟୁଟି ଭଳି ବିଶ୍ୱାବିଦ୍ୟାଳୟ ଆବେଦନ ନ କରିବା ଘଟଣା କୁ ଏବିଭିପିର ଓଡ଼ିଶାର ରାଜ୍ୟ ସମ୍ପାଦକ ଟେକନିକାଲ ଛାତ୍ର ସଂଯୋଜକ ପ୍ରୀତମ ଦାସ ବୈଷୟିକ ଶିକ୍ଷାର ଦୁର୍ଭାଗ୍ୟ ବୋଲି ଅବିହିତ କରିଛନ୍ତି। ସେଇଭଳି ପରିଷଦ ର ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଯୋଜକ ଶ୍ରୀମାନ ଏମ.ପି ଜ୍ୟୋତିପ୍ରକାଶ କହିଛନ୍ତି, ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ରାଜନୀତି ଏବଂ ଦୁର୍ନୀତିରୁ ମୁକ୍ତ କରି ନୂତନତ୍ୱ ଦେବାର ସମୟ ଆସିଛି। ରାଜ୍ୟ ସରକାର ଏହା ଉପରେ ଆଲୋକପାତ ଯଥାଶୀଘ୍ର କରନ୍ତୁ।
ନିୟମିତ ଅନ୍ତରାଳରେ ରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଙ୍କର ଏକାଡେମିକ ଅଡିଟ କରିବା ତଥା ଭିତ୍ତିଭୂମି ବିକାଶ ଏବଂ ପ୍ରଧ୍ୟାପକ ମାନଙ୍କ ପ୍ରଶିକ୍ଷଣ କୁ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ମତ ଦେଇଛନ୍ତି।

Leave A Reply

Your email address will not be published.

nineteen − 3 =