ଚାଇନାକୁ ଉପଯୁକ୍ତ ଜବାବ ମିଳିବ : ମୋଦି

0 822

ନୂଆଦିଲ୍ଲୀ : ଚାଇନାକୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି l ପ୍ରଧାନମନ୍ତ୍ରୀ ମୋଦୀ ଏକ ଭିଡିଓ କନଫରେନ୍ସିଂରେ ଚୀନ୍ ଉପରେ ଏହି ବିବୃତ୍ତି ଦେଇଛନ୍ତି l ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ 15 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ସଂଘର୍ଷରେ ପ୍ରାଣ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦୁଇ ମିନିଟର ନିରବତା ପାଳନ କରିବାକୁ ସେ ସମସ୍ତଙ୍କୁ କହିଥିଲେ। ଆମେ ଚେଷ୍ଟା କରିଛୁ ଯେ ମତଭେଦ ବିବାଦରେ ପରିଣତ ହେବ ନାହିଁ l ଚୀନ୍ ସୀମାରେ ଥିବା ସୈନିକମାନଙ୍କୁ ବଳିଦାନ ବୃଥା ହେବ ନାହିଁ l ଦେଶକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମର ଯବାନଙ୍କ ବଳିଦାନ ବୃଥା ହେବ ନାହିଁ। ଆମ ପାଇଁ ଦେଶର ଏକତା ତଥା ସାର୍ବଭମତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭାରତ ଶାନ୍ତି ଚାହୁଁଛି କିନ୍ତୁ ପଡୋଶୀ ଉତ୍ତେଜିତ ହେଲେ ଏହା ଉଚିତ ଉତ୍ତର ଦେବାକୁ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି l

ମେ ମାସ ଆରମ୍ଭରୁ ଚାଇନାର ପିଏଲଏ ଗ୍ରାଉଣ୍ଡ ପୋଜିସନ୍ ଦଖଲ କରିବାକୁ ଚେଷ୍ଟା କରୁଛି l ତେଣୁ ମେ ମାସ ଆରମ୍ଭରେ ଭାରତୀୟ ସୈନିକ ଚୀନ୍ ସୈନିକମାନଙ୍କୁ ଅଗ୍ରଗତିକୁ ଅଟକାଇଥିଲେ l

ବୁଧବାର ପୂର୍ବତନ ଭାରତୀୟ ସୈନ୍ୟମାନଙ୍କର ଏକ ଦଳ ଦିଲ୍ଲୀର ଚୀନ୍ ଦୂତାବାସ ନିକଟରେ ଏକତ୍ରିତ ହୋଇ ଶହୀଦ କଲ୍ୟାଣ ସଂଘର ବ୍ୟାନରରେ ବିରୋଧ ପ୍ରଦର୍ଶନ କରିଛନ୍ତି l

Leave A Reply

Your email address will not be published.

twelve + two =