ସହିଦ ବୀର ଯବାନଙ୍କୁ କିନ୍ନରଙ୍କ ଶ୍ରଦ୍ଧାଞ୍ଜଳି

0 645

ପାରାଦୀପ / ଅଠରବାଙ୍କୀ (ସ୍ମୃତି ରଞ୍ଜନ ଜେନା): ପାରାଦ୍ୱୀପ କିନ୍ନର ସଂଘ ପକ୍ଷରୁ ରୁ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଆଉ ୨0 ଜଣ ସହିଦ ବୀର ଯବାନ ଙ୍କୁ ଦିଆ ଯାଇଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାରାଦ୍ୱୀପ କିନ୍ନର ସଂଘ ର ସଦସ୍ୟ ମାନେ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରିଥିଲେ,ପାରାଦ୍ୱୀପ ରେଲୱେ ଷ୍ଟେସନ ଠାରେ ୩୫ ରୁ ଉର୍ଦ୍ଧ କିନ୍ନର ମାନେ ଏକାଠି ହୋଇ ମଶାଲ ଶୋଭାଯାତ୍ରା ସହିତ ୨ ମିନିଟ ପାଇଁ ନିରବ ପ୍ରାଥନା କରିଥିଲେ,ଚାଇନା ଜିନିଷ ବର୍ଜନ କରିବାକୁ ଦେଶବାସୀ ଙ୍କୁ ଆହ୍ୱାନ ଦେବା ସହିତ ଚାଇନା ବାଲା ହାଏ ହାଏ ସମୂହ ସ୍ଲୋଗାନ ଦେଇ ରେଲୱେ ଷ୍ଟେସନ ଅଞ୍ଚଳକୁ କମ୍ପାଇ ଦେଇଥିଲେ,ସମସ୍ତ ଦେଶବାସୀ ମାନେ ଭାରତ ଓ ଚାଇନା ସେନା ଭିତରେ ସଂଘର୍ଷ ରେ ସହିଦ ହେଇଥିବା ବୀର ଯବାନ ମାନଙ୍କ ପରିବାର କୁ ସାହସ ଦେବା ସହିତ ବୀର ଯବାନ ମାନଙ୍କ ଆତ୍ମାର ସଦଗତି କାମନା କରିଥିଲେ,ଭାରତ ଓ ଚୀନ ସୀମାନ୍ତ ଗଲବାନ ଘାଟିରେ ଘଟିଥିବା ସଂଘର୍ଷ ଏବଂ ଏଥିରେ ସହିଦ ହେଇଥିବା ବୀର ଯବାନ ମାନେ ଆମ ଦେଶର ବୀରତ୍ୱ ଓ ଗାରିମା କୁ ଅକ୍ଷୁର୍ଣ୍ଣ ରଖି ନିଜ ଜୀବନ ବଦଳରେ ଆମ ସାରା ଦେଶବାସୀ ଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି,ଯାହାକୁ ଦେଶ ର ପ୍ରତି ନାଗରିକ ମାନେ ଶ୍ରଦ୍ଧା ଓ ସମ୍ମାନ ଜଣାଇବା ସହିତ ସେମାନଙ୍କ ପରିବାର ସହିତ ରହିବାକୁ ଆହ୍ୱାନ ଦେଇଥିଲେ, ଏହି ଅବସରରେ ସହିଦ ଯବାନ ମାନଙ୍କୁ ମନେ ପକେଇ କିଛି କିନ୍ନର କଥା କହିବା ବେଳେ କାନ୍ଦି ପକେଇ ଥିଲେ,ଏହି ସଭା ଆୟୋଜନ ରେ ମୁଖ୍ୟତଃ ପାରାଦ୍ୱୀପ କିନ୍ନର ସଂଘ ସଭାପତି ରାଧା ସ୍ୱାଇଁ, ସମ୍ପାଦକ ରଙ୍ଗବତୀ କିନ୍ନର ଙ୍କ ସହିତ ଆୟେଶା ସ୍ୱାଇଁ, ଫୁଲ ପ୍ରଧାନ, ସୀମରନ ଦାସ, ଲିଜା ଖଟେଇ, ଶିବାନୀ ମାନା, ଲସିକା ମଲ୍ଲିକ, ପୂଜା ପଣ୍ଡା, ପ୍ରୀତି ପଣ୍ଡା, ଶ୍ରୀୟାତା, ସୋନାଲି ପ୍ରଧାନ, ସରସ୍ବତୀ, କ୍ରିୟା ଧଳ, ଧାନଫୁଲ ମଲ୍ଲିକ, ସୋନାଲି ଦାସ, ମାନିନୀ, ପି ସାଲୋନୀ ଏବଂ ପାରାଦ୍ୱୀପ ରେ ରହୁଥିବା ସମସ୍ତ କିନ୍ନର ମାନେ ଯୋଗଦାନ ଦେଇଥିଲେ,

Leave A Reply

Your email address will not be published.

4 × 4 =