ଫରିଦାବାଦରେ ଇଣ୍ଡିଆନ ଅଏଲର ଦ୍ୱିତୀୟ ଆର୍ ଏବଂ ଡି କ୍ୟାମ୍ପସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

0 671


• ଭିସି ଯୋଗେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହ ମିଳିତ ଭାବେ ଉଦଘାଟିତ
• ଆର୍ ଏବଂ ଡି ସେଂଟର ଆତ୍ମନିର୍ଭର ଭାରତର ଚାବିକାଠି
• ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବଡ ପଦକ୍ଷେପ
• କୃଷି ବର୍ଜ୍ୟ ବସ୍ତୁରୁ ବିକଳ୍ପ ଇନ୍ଧନ ପ୍ରସ୍ତୁତ କରିବାରେ ବଡ ଭୂମିକା ନେବ ହରିୟାଣା
• ପେଟ୍ରୋଲିୟମ ଉତ୍ପାଦ କ୍ଷେତ୍ରରେ ଆମଦାନୀ ହ୍ରାସ କରିବାକୁ ଯୋଜନା
• ଭାରତକୁ ପେଟ୍ରୋକେମିକାଲ୍ ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଶିଳ୍ପସଂସ୍ଥା ଗୁଡିକୁ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ୍ ଖଟ୍ଟରଙ୍କ ସହ ଫରିଦାବାଦ ଠାରେ ଇଣ୍ଡିଆନ ଅଏଲ ଟେକ୍ନୋଲୋଜି ଡେଭଲପମେଂଟ୍ ଏବଂ ଡିପ୍ଲୋଏମେଟ୍ ସେଂଟରର ଦ୍ୱିତୀୟ ଆର୍ ଏବଂ ଡି କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଉଦଘାଟିତ ହୋଇଥିବା ଦ୍ୱିତୀୟ ଆର ଏବଂ ଡି ସେଂଟର ଆଗାମୀ
ଦିନରେ ସ୍ୱଚ୍ଛ, ବିକଳ୍ପ ଓ ସ୍ୱଦେଶୀ ଉର୍ଜା ସମାଧାନର ମାଖୋଜବାର ଲାବରୋଟୋରି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଇଣ୍ଡିଆନ ଅଏଲର ଆର୍ ଏବଂ ଡି ସେଂଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତରେ ଯୋଗଦାନ ଦେଉଅଛି । ଆର ଏବଂ ଡି ସେଂଟର ଆତ୍ମନିର୍ଭର ଭାରତର ଚାବିକାଠି । ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କୃଷି ବର୍ଜ୍ୟ ବସ୍ତୁରୁ ବିକଳ୍ପ ଇନ୍ଧନ ପ୍ରସ୍ତୁତ କରିବାରେ ହରିୟାଣା ବଡ ଭୂମିକା ନେବ । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ସାମାଜିକ-ଅର୍ଥନୈତିକ ଏବଂ ବିକାଶ ମ୍ୟାପରେ ହରିୟାଣା ଅତୁଳନୀୟ ପ୍ରଦର୍ଶନ କରିଛି । ରାଜ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର କାର୍ଯ୍ୟ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେଉଥିବାରୁ ଏବଂ ହରିୟାଣା ଭଳି ରାଜ୍ୟ କିରୋସିନି ମୁକ୍ତ ହୋଇଥିବାରୁ ଶ୍ରୀ ପ୍ରଧାନ ହରିୟାଣା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ହରିୟାଣାକୁ ଦେଶର ଗବେଷଣା ଏବଂ ବିକାଶର ପେଣ୍ଠସ୍ଥଳି ଭାବେ ନେତୃତ୍ୱ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି l

Leave A Reply

Your email address will not be published.

2 × 3 =