ଶାରଳା ପୁରସ୍କାରପ୍ରାପ୍ତ କଥାଶିଳ୍ପୀ ମନୋଜ ପଣ୍ଡାଙ୍କ ପରଲୋକ

0 717

ଭୁବନେଶ୍ୱର : ଶାରଳା ପୁରସ୍କାରପ୍ରାପ୍ତ କଥାଶିଳ୍ପୀ ମନୋଜ କୁମାର ପଣ୍ଡାଙ୍କ ପରଲୋକ ଘଟିଛି l ଗଳ୍ପ ସଂକଳନ ‘ମାୟା ବଗିଚା’ ପାଇଁ ସେ 2015 ମସିହାରେ ଇମ୍ଫା ଦ୍ୱାରା ପ୍ରଦତ୍ତ ସମ୍ମାନଜନକ ଶାରଳା ପୁରସ୍କାର ଲାଭ କରିଥିଲେ l 1954 ମସିହା ଅକଟୋବର 4ରେ ବଲାଙ୍ଗୀର ଜିଲ୍ଲାର ସାଗରପଡ଼ାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ପଣ୍ଡା ହାଇସ୍କୁଲ ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରି ସାହିତ୍ୟ ସାଧନାରେ ବ୍ରତୀ ଥିଲେ l ଆଜି ବଲାଙ୍ଗୀର ସାଗରପଡ଼ାସ୍ଥିତ ବାସଭବନରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି l ତାଙ୍କର ଅନ୍ୟାନ୍ୟ ପୁସ୍ତକଗୁଡିକ ହେଉଛି ହାଡ ବଗିଚା, ବର୍ଣ୍ଣ ବଗିଚା ଓ ଶବ୍ଦ ବଗିଚା l 2015 ରେ ଶାରଳା ପୁରସ୍କାର ଘୋଷଣା ସମୟରେ ତାଙ୍କର ଏକ ସାକ୍ଷାତକାରରେ ସେ କହିଥିଲେ, ମାଟିକୁ ନ ଭୁଲି ଆକାଶକୁ ଛୁଇଁବାର ଲକ୍ଷ୍ୟ ରଖୁଥିବା ଲୋକ ହିଁ ସଫଳ ହୋଇଥାନ୍ତି l ଲୋକପ୍ରିୟ କଥାଶିଳ୍ପୀ ମନୋଜ କୁମାର ପଣ୍ଡାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି l

Leave A Reply

Your email address will not be published.

twelve + 13 =