ଖୁବଶୀଘ୍ର ହେବାକୁ ଯାଉଛି ବିଜେଡ଼ି ଛାମୁଆ ସଙ୍ଗଠନର ନବକଳେବର

0 2,171

ମଙ୍ଗ ଧରିପାରନ୍ତି ଉପକୂଳ ଓଡ଼ିଶାରୁ ନେତା ନେତ୍ରୀ

ଭୁବନେଶ୍ୱର: କ୍ରମାଗତ ପଞ୍ଚମଥର ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିରେ ଏବେ ଦକ୍ଷ ଓ ସ୍ୱଚ୍ଛ ନେତାଙ୍କୁ ଦେଖି ଗାଦିରେ ବସାଇବା ସୂଚନା ମିଳିଛି ।
ବିଜୁ ଜନତା ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କରୋନା ଯୋଗୁ ଦଳର ସାଂଗଠନିକ କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହୋଇଥିଲେ ମଧ୍ୟ ଚଳିତମାସ ଶେଷସୁଦ୍ଧା ଏହା ଶେଷ ହେବାର କାର୍ଯ୍ୟକ୍ରମ ରହିଛି ତେବେ ଦଳର ଛାତ୍ର, ଯୁବ, ମହିଳା ଓ କୃଷକ ୱିଙ୍ଗର ମୁଖିଆ ଘୋଷଣା କରିବା ପ୍ରକ୍ରିୟା ଅନ୍ତିମ ପ୍ରଜାୟ ରେ ପହଞ୍ଚିଛି। ବିଶେଷକରି ଦଳର ଛାତ୍ର ଓ ଯୁବ ୱିଙ୍ଗ୍ ମୁଖିଆ ପାଇଁ ଲବି ଜୋରଦାର ହେଉଥିବା ଜଣାପଡିଛି। ତେବେ ବିଜେଡିରେ ଏକଛାତ୍ରବାଦ ନିଷ୍ପତ୍ତି ହିଁ ଦକ୍ଷ ନେତୃତ୍ୱ ଚୟନରେ ଅନ୍ତରାୟ ପାଲଟିଥିବା ଜଣାପଡ଼ିଛି।
ଯୁବ ବିଜେଡି ସଭାପତି ପଦ ପାଇଁ ଚର୍ଚ୍ଚାରେ ରହିଥିବା ନେତାଙ୍କ ମଧ୍ୟରେ ୪ ବିଧାୟକ-ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଚନ୍ଦ୍ରସାରଥୀ ବେହେରା ଓ ସୁଶାନ୍ତ ରାଉତ ଙ୍କ ନାମ ରହିଛି । ସେହିପରି ଯଦି ଅଣ ବିଧାୟକ ଙ୍କୁ ଦିଆଯାଏ ତାହାଲେ ରେସ୍ ର ଆଗଧାଡିର ଅଛନ୍ତି ରାଜ୍ୟ ଛାତ୍ର ସଭାପତି ରଣା ପ୍ରତାପ ପାତ୍ର,ସଂଜିତ୍ ମହାନ୍ତି,ବିଜୟ ନାୟକ, ଶିଶିର ପରିଜା ଇତ୍ୟାଦି । ଯଦି ଏହି ମାନଙ୍କ ଭିତରେ ଅଙ୍କକଷା ନ ଛିଣ୍ଡେ ତାହାଲେ ବିଶେଷ ସୁତ୍ରୁରୁ ମିଳିବା ଖବର ମୁତାବକ ଅମରେଶ ପତ୍ରୀ ପଞ୍ଚାୟତ ନିର୍ବାଚନ ଯାଏ ରହି ପାରନ୍ତି ବୋଲି ଖବର ମିଳିଛି । ସେହିଭଳି ଛାତ୍ର ବିଜେଡ଼ି ପାଇଁ ବିଧାୟକ ଦେବିରଞ୍ଜନ ତ୍ରିପାଠୀ ଓ ସୌଭୀକ୍ ବିଶ୍ଵାଳ ରହିଥିବା ବେଳେ ଅଣ ବିଧାୟକ ଭିତରେ ଛାତ୍ର ନେତା ଅଜିତ୍ ବେହେରା, ଚିନ୍ମୟ କୁମାର ଦାସ,ମନୋଜ ସେନାପତି, ହରିଶଙ୍କର ରାଉତ ଙ୍କ ନାମ ଆଗରେ ରହିଛି । ସେହିଭଳି ମହିଳାରେ ବିଧାୟିକା ତୁକୁନି ସାହୁ, ଲତିକା ପ୍ରଧାନ ଓ ସ୍ନେହାଙ୍ଗିନୀ ଛୁରିଆ ନାମ ରହିଥିବା ବେଳେ । ଅଣ ବିଧାୟିକା ହିସାବରେ ନାରୀନେତ୍ରୀ ତଥା ବିଜେଡ଼ି କୋର୍ କମିଟି ସଦସ୍ୟା ଉପକୂଳ ଓଡ଼ିଶାର ମନ୍ଦାକିନୀ କର ଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ରେସ ରେ ଅଛନ୍ତି ଶ୍ରୀମୟୀ ମିଶ୍ର, ସୁଲତା ଦେଓ । ସେହିଭଳି ଉପକୂଳ ଓଡ଼ିଶାର ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସ ଙ୍କ ପୁତ୍ର ବିଜୟ ଶଙ୍କର ଦାସ ଙ୍କୁ ଦଳର ସୁପ୍ରିମୋ ଦଳିତ ସେଲର ଆବାହକ ପଦବୀ ଦେବା ନେଇ ଚର୍ଚ୍ଚା ଧରିଛି । ସେହିପରି କୃଷକ ସେଲ୍ ପାଇଁ ବିମ୍ବାଧର କୁଅଁର ଙ୍କ ନାମ ଚର୍ଚ୍ଚାରେ ଅଛି ।

Leave A Reply

Your email address will not be published.

three × 3 =