‘ବୋଧିଦ୍ରୁମର ଛାଇ ରୁ ଚିତ୍ର ଚରିତ୍ର’ ଉନ୍ମୋଚିତ

0 703

ରସଘନ ଆବେଗ ଓ ବୌଦ୍ଧିକତାର ସୃଜନ ପ୍ରୟୋଗ

ଜଗତସିଂହପୁର : ପ୍ରାଧ୍ୟାପକ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କର ” ବୋଧି ଦ୍ରୁମର ଛାଇ ରୁ ଚିତ୍ର ଚରିତ୍ର ” ଆଜି ଉନ୍ମୋଚିତ ହୋଇଯାଇଛି l ଶାନ୍ତିସେନା ପବ୍ଲିକେଶନ୍ସ୍ ତରଫରୁ ପ୍ରକାଶିତ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ଏହି ପ୍ରଥମ ପୁସ୍ତକ ” ବୋଧି ଦ୍ରୁମର ଛାଇ ରୁ ଚିତ୍ର ଚରିତ୍ର ” ସାମାଜିକ ଦୂରତା ନିୟମ ପାଳନ କରି ଲୋକାର୍ପଣ ହୋଇଛି l

ଏଇ ପୁସ୍ତକ ଉନ୍ମୋଚନ ମଧ୍ୟ ଖୁବ୍ ନିଆରା ଢଙ୍ଗରେ ପାଳନ ହୋଇଛି l କେଉଁ ବଡ ସାହିତ୍ୟିକଙ୍କ ହାତରେ ଏଇ କାମ ହୋଇ ପାରିଥାନ୍ତl l କିନ୍ତୁ ସେମିତି ନକରି କଲେଜରେ କାର୍ଯ୍ୟରତଥିବା ଜଣେ ସଚ୍ଚା ସାହିତ୍ୟପ୍ରେମୀ ଶ୍ରୀ ଦୁର୍ଗା ପ୍ରସାଦ ଜେନା ( ମାନସ ) ଙ୍କ ଦ୍ୱାରା ଏହି ପୁସ୍ତକକୁ ଉନ୍ମୋଚିତ କରି ଲେଖକ ଏକ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି l କାର୍ଯ୍ୟକ୍ରମରେ ପ୍ରକାଶକ ରଜତରଶ୍ମି ସ୍ୱାଇଁଙ୍କ ସମେତ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ତପନ ମଲ୍ଲିକ, ଉଦୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l
ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଅଧୁନା ଏସ୍.ଭି.ଏମ୍. କଲେଜରେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ରୂପେ ଅବସ୍ଥାପିତ l ମୋଟ ସାତଟି ଛୋଟ ନାଟକ ସଙ୍କଳନକୁ ନେଇ ଏହି ପୁସ୍ତକ । ଏ ପୁସ୍ତକରେ ସ୍ଥାନ ପାଇଥିବା ନାଟକ ଗୁଡିକ ହେଉଛନ୍ତି – ବୋଧି ଦ୍ରୁମର ଛାଇ, ଅଧ୍ୟାପକ ଚନ୍ଦ୍ରମୋହନ, ବେସୁରା ସୁର ସଙ୍ଗମ, ଯୁଗେ ଯୁଗେ ଯାଜ୍ଞସେନୀ, ଶେଫାଳି ମହକ, ଭଙ୍ଗା ଦର୍ପଣ ଓ ଚିତ୍ର ଚରିତ୍ର l ମୋଟ ୧୫୬ ପୃଷ୍ଠାର ଏହି ନାଟକ ସଙ୍କଳନରେ ସ୍ଥାନୀତ ହୋଇଥିବା ସବୁ ନାଟକର ଉତ୍କର୍ଷତା ଏଗୁଡିକର ମଞ୍ଚୋପଗିତାରେ ଯେତିକି ଅଛି, ତତୋଧିକ ରହିଛି ପଠନୋପଯୋଗୀତାରେ l
ଖୁବ୍ ସ୍ୱଚ୍ଛନ୍ଦରେ ପ୍ରାଧ୍ୟାପକ ଆଚାର୍ଯ୍ୟ ପାଠକୀୟ ତୃପ୍ତି, ପାଠକୀୟ ବିଭୋରତା ପାଇଁ ଆବଶ୍ୟକ ରସଘନ ଆବେଗ ଓ ବୌଦ୍ଧିକତାର ସୃଜନ ପ୍ରୟୋଗ କରି ପ୍ରତିଟି ଛୋଟ ନାଟକକୁ ବିପୁଳ ଭାବରେ ପଠନୋପଯୋଗୀ କରିପାରିଛନ୍ତି l ବେଶ୍ କିଛି ସଂଳାପରେ ଫୁଟିଉଠିଛି କାବ୍ୟିକ ଛଟା, ମନସ୍ତାତ୍ତ୍ୱିକ ଓ ବୈଜ୍ଞାନିକ ଚିନ୍ତା-ଚେତନାସମ୍ୱଳିତ ପ୍ରସଙ୍ଗଗୁଡିକୁ ଶ୍ରୀ ଆଚାର୍ଯ୍ୟ ବେଶ୍ ସାବଲୀଳତା ଓ ବୋଧଗମ୍ୟତାର ସହ ଉପସ୍ଥାପନା କରି ଛୋଟ ନାଟକଗୁଡିକୁ ଉଚ୍ଚାଙ୍ଗ ପର୍ଯ୍ୟାୟଭୁକ୍ତ ବି କରିପାରିଛନ୍ତି l
ଓଡିଆ ପାଠକଙ୍କ ନିକଟରେ ଏହା ବିପୁଳ ଆଦୃତି ଲାଭ କରିବ, ଏହା ନିଶ୍ଚିତ ଭାବରେ ଆଶା କରିହେବ l

Leave A Reply

Your email address will not be published.

five × four =