ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ: ବୀଣାପାଣି ମହାନ୍ତିଙ୍କୁ ଅତିବଡୀ ପୁରସ୍କାର ପ୍ରଦାନ

0 1,015


ଭୁବନେଶ୍ୱର, ୨୫ ।୭ : ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ ତା ୨୫.୭.୨୦୨୦ରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ମସିହା ନିମନ୍ତେ ପ୍ରଥିତଯଶା କଥାକାର, ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ, ପର୍ଯ୍ୟଟନ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କଟକସ୍ଥ ତାଙ୍କ ବାସଭବନରେ ଅପରାହ୍ଣ ୧୨.୦୦ ଘଟିକାରେ ତାଙ୍କୁ
ମାନପତ୍ର, ଉତ୍ତରୀୟ ସହିତ ଏକଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ବିଜୟ କୁମାର ନାୟକ, ନିଦେ୍ର୍ଧଶକ ତଥା ଅତିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଏବଂ ଶୁଚିସ୍ମିତା ମନ୍ତ୍ରୀ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଉପସ୍ଥିତ ଥିଲେ ଏବଂ
ଏକାଡେମୀର ସ୍ୱତନ୍ତ୍ର ଅଧିକାରୀ ରବିନାରାୟଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ୧୭ ଗୋଟି ପୁସ୍ତକ ଏବଂ ଗୋଟିଏ ତ୍ରୈମାସିକ ମୁଖପତ୍ର “କୋଣାର୍କ’ ଲୋକାର୍ପିତ ହୋଇଥିଲା ।

  • ଉକ୍ତ ପୁସ୍ତକଗୁଡ଼ିକ ହେଲା- ଓଡ଼ିଶାର ଲୋକ ସଂସ୍କୃତି ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ଲେଖକ: ଶ୍ରୀ ସୁନୀଲ ରଥ, ପ୍ରଜ୍ଞାଦୀପ୍ତ ସାରସ୍ୱତ ସାଧକ ଧନେଶ୍ୱର ମହାପାତ୍ର – ଲେଖକ : ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଉମାଶଙ୍କର ପଣ୍ଡା – ଲେଖକ : ଡକ୍ଟର ସୁଶୀଲ କୁମାର ବାଗ୍ , ସନ୍ଥକବି ଅଭିରାମ ପରମହଂସ – ଲେଖକ : ଡକ୍ଟର ବିଜୟାନନ୍ଦ ସିଂହ, ଚନ୍ଦ୍ରମୋହନ ପରିକ୍ରମା – ସମ୍ପାଦକ : ଡକ୍ଟର ଅରବିନ୍ଦ ଗିରି, ଭାରତୀୟ ନୃତ୍ୟକଳା – ଧୀରେନ୍ଦ୍ରନାଥ ପଟ୍ଟନାୟକ, ଆଞ୍ଚଳିକ ଲୋକଗୀତ, ଲୋକବାଣୀ ଓ କାହାଣୀ – ସଂଗ୍ରାହକ : ଡକ୍ଟର କମ୍ଭୁପାଣି ସାମନ୍ତ, ଶ୍ରୀ ରଘୁନାଥ ରଥ,ଡକ୍ଟର ରାଜେନ୍ଦ୍ର ଷଡ଼ଙ୍ଗୀ, ଡକ୍ଟର ପ୍ରଶାନ୍ତ ମହାନ୍ତି, ମାଦଳା ପାଞ୍ଜି – ସମ୍ପାଦନା : ଆର୍ତ୍ତବଲ୍ଲଭ ମହାନ୍ତି, ନଦୀର ଦ୍ୱୀପ – ମୂଳ ହିନ୍ଦୀ: ଅଜେ୍ଞୟ, ଓଡ଼ିଆ ଭାଷାନ୍ତର : ଡକ୍ଟର ରାଧାକାନ୍ତ ମିଶ୍ର, ବାଘ – ମୂଳ ହିନ୍ଦୀ : କେଦାରନାଥ ସିଂହ, ଓଡ଼ିଆ ଭାଷାନ୍ତର : ଡକ୍ଟର ଈପ୍ସିତା ଷଡ଼ଙ୍ଗୀ, ଓଡ଼ିଶାରେ ଶ୍ରୀଚୈତନ୍ୟ – ମୂଳ ରଚନା : ସାରଦା ଚରଣ ମିତ୍ର , ଓଡ଼ିଆ ଭାଷାନ୍ତର : ଡକ୍ଟର ସୋମା ଚାନ୍ଦ, ରଥ ସପ୍ତକ (ହିନ୍ଦୀ) – ମୂଳ ଓଡ଼ିଆ : ଚନ୍ଦ୍ରଶେଖର ରଥ, ହିନ୍ଦୀ ଭାଷାନ୍ତର : ଡକ୍ଟର ମମତା ଖଣ୍ଡେଲ, ନାକଟା ଚିତ୍ରକର (ହିନ୍ଦୀ)- ମୂଳ ଓଡ଼ିଆ :
    ଫତୁରାନନ୍ଦ, ହିନ୍ଦୀ ଭାଷାନ୍ତର : ଡକ୍ଟର ଅଜୟ କୁମାର ପଟ୍ଟନାୟକ, ଅନ୍ଧିଗଳି (ହିନ୍ଦୀ) – ମୂଳ ଓଡ଼ିଆ : ଅଖିଳମୋହନ ପଟ୍ଟନାୟକ, ହିନ୍ଦୀ ଭାଷାନ୍ତର : ଡକ୍ଟର ରବୀନ୍ଦ୍ରନାଥ ମିଶ୍ର, ଦାଦିବୁଢ଼ା (ହିନ୍ଦୀ) – ମୂଳ ଓଡ଼ିଆ : ଗୋପୀନାଥ ମହାନ୍ତି, ହିନ୍ଦୀ ଭାଷାନ୍ତର : ଡକ୍ଟର ଶଙ୍କରଲାଲ ପୁରୋହିତ, ଲଛମା (ଇଂରାଜୀ) – ମୂଳ ଓଡ଼ିଆ : ଫକୀରମୋହନ ସେନାପତି, ଇଂରାଜୀ ଭାଷାନ୍ତର : ଡକ୍ଟର ବସନ୍ତ କୁମାର ତ୍ରିପାଠୀ ଓ ଡକ୍ଟର ପଲ୍ ସେଣ୍ଟ ପେରି, ଆଧୁନିକ ଓଡ଼ିଆ କାବ୍ୟଧାରା (ନବଜାଗରଣ ଯୁଗ)- ନରେନ୍ଦ୍ର ନାଥ ମିଶ୍ର ଏବଂ ଏକାଡେମୀର ତ୍ରୈମାସିକ ପତ୍ରିକା “କୋଣାର୍କ’ ୧୯୫ତମ ସଂଖ୍ୟା ।

Leave A Reply

Your email address will not be published.

3 × 5 =