ତିର୍ତ୍ତୋଲ ଉପନିର୍ବାଚନ : ବିଜୟ ଶଙ୍କରଙ୍କୁ ସମର୍ଥନ ଦେବେକି ସାଂସଦ ରାଜଶ୍ରୀ !

0 2,548

(ନୂଆ ଆଶାୟୀଙ୍କ ପ୍ରତି କଣ୍ଟା ହେଇପାରନ୍ତି ରାଜଶ୍ରୀ)

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ) : ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ତିର୍ତ୍ତୋଲ ର ପାଣିପାଗ ସରଗରମ ହେଉଛି । ସବୁ ଦଳ ଏହି ନିର୍ବାଚନ ମଣ୍ଡଳୀ କୁ ସମ୍ମାନ ପାଇଁ ଆଖି ପକାଇଥିବା ବେଳେ । ବିଜେଡ଼ି ର ବିଜୟ ଶଙ୍କର ସମର୍ଥକଙ୍କ ପାଇଁ ଆଉ ଗୋଟେ ଖୁସିର ଖବର ଯୋଡିହୋଇ ଯାଇଛି । ଭିତିରି ମିଳିଥିବା ସୂଚନା ଅନୁଯାୟୀ କାଳେ ଗୋଟେ ପରିବାର ରୁ ଦୁଇଟି ଟିକେଟ ମିଳିବନି ବୋଲି ଦଳର ସୁପ୍ରିମୋ ଇଚ୍ଛା ପ୍ରକାଶ କରୁନାହାନ୍ତି । କାହିକିନା ୨୦୧୯ ରେ କୋୖଣସି ପରିବାରରୁ ୨ ଜଣଙ୍କୁ ଟିକଟ ମିଳିନାହିଁ । ଯଦି ଏହା ସମ୍ଭବ ହୁଏ ତାହାଲେ ସାଂସଦ ରାଜଶ୍ରୀ ମଲିକ୍ ଆଖିବୁଜି ବିଷ୍ଣୁ ଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ସମର୍ଥନ କରିବେ ବୋଲି ଜଣାପଡିଛି । ନିକଟରେ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସ ଙ୍କ ଏକାଦଶ କାର୍ଯ୍ୟକ୍ରମରେ ବହୁତ ସମୟ ବିଜୟ ଶଙ୍କର ଙ୍କ ସହିତ କଥା ହେବା ସହ କିଛି ଆସୋସନା ଦେଇଥିଲେ । ରାଜଶ୍ରୀ ଯଦି ନିଜ ସ୍ବାମୀ ଇଂ ଆଶୁତୋଷ ମଲିକ୍ ଙ୍କ ଟିକେଟ ପାଇବାରୁ ବଞ୍ଚିତ ହୁଅନ୍ତି ତାହାଲେ ସେ ଆଖିବୁଜି ବିଧାୟକ ବିଷ୍ଣୁ ଦାସ ଙ୍କ ପୁତ୍ର ଈଂ.ବିଜୟ ଶଙ୍କର ଦାସଙ୍କୁ ସମର୍ଥନ କରିବେ ବୋଲି ତାଙ୍କର କିଛି ଅନୁଗତ ଙ୍କ ଠାରୁ ପ୍ରକାଶ ଏବଂ ଉପରମହଲା ରୁ ଖବର ମୁତାବକ ବିଜୟ ଶଙ୍କର ଯଦି ବିଜେଡ଼ି ଟିକେଟ ମିଳେ, କିଭଳି ଭାବରେ ନିର୍ବାଚନ ରେ ଅଧିକ ରୁ ଅଧିକ ଭୋଟ ରେ ବିରୋଧୀଙ୍କ ଠାରୁ ବାଜିମାତ କରିବେ ତାହା ଦଳର ସୁପ୍ରିମୋ ପୂର୍ବତନ ବିଧାୟିକା ତଥା ବର୍ତ୍ତମାନ ସାଂସଦ ରାଜଶ୍ରୀଙ୍କୁ ଦାୟିତ୍ଵ ଦିଆଯିବ ବୋଲି ଖବର ମିଳିଛି ।

Leave A Reply

Your email address will not be published.

one × 4 =