ଜଗତସିଂପୁର ଜିଲ୍ଲା ପାଇଁ ଗର୍ବ : ଅନୁପଙ୍କୁ ୟୁପିଏସସିରେ ୧୨୦ ତମ ସ୍ଥାନ

0 584

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି ଅନୁପ ଦାସ। ୟୁପିଏସସି ୨୦୧୯ ପରିକ୍ଷା ରେ ୧୨୦ ତମ ସ୍ଥାନ ରେ ଉତିନ୍ନ ହୋଇଛନ୍ତି। ଆଜି ୟୁପିଏସସି (UPSC) ଦ୍ବାରା ସିଭିଲ ସିର୍ଭିସ ଇକ୍ଜାମ ୨୦୧୯ ଫାଇନାଲ ରେଜଲ୍ଟ ପ୍ରକାଶ ପାଇବା ପରେ ସର୍ବ ଭାରତୀୟ ସ୍ତର ରେ ୮୨୯ ଜଣ କୃତ କାର୍ଯ୍ୟ ହୋଇଥିବା ବେଳେ ଓଡିଶାରୁ ୧୮ ଜଣ ରହିଛନ୍ତି । ସେଥି ମଧ୍ୟରୁ ଅନୁପ ଦାସଙ୍କ ରାଙ୍କ ରହିଛି ୧୨୦ ତମ। ଅନୁପ ଦାସଙ୍କ ଘର ନାଉଗାଁ ବ୍ଲକ କୋକିଢିଅ ଗ୍ରାମର ନୃସିଂହ ଚରଣ ଦାସ ଓ ମାତା ମଧୁସ୍ମିତା ଦାସ ଙ୍କ ସୁପୁତ୍ର ଅଟନ୍ତି। ସେ ଲେଖକ ଚୌଧୁରୀ ବରଦା ପ୍ରସନ ଦାସଙ୍କ ପୁତୁରା l

ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠାପରତା ଯୋଗୁ ଆଜି ସେ ସଫଳତା ପାଇ ପାରିଛନ୍ତି ବୋଲି ସୁଚନା ଦେଇଛନ୍ତି। ଆଗାମୀ ଦିନରେ ପ୍ରଶାସନି କ୍ଷେତ୍ରରେ ନିଷ୍ଠା ପରିତା ସହ କାର୍ଯ୍ୟ କରିବାକୁ ମନବାଳାଇ ଛନ୍ତି। ତାଙ୍କର ଏହି କୃତ କାର୍ଯ୍ୟ ପାଇଁ ଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Leave A Reply

Your email address will not be published.

4 − 4 =