ବାଜିଲା ଉପନିର୍ବାଚନ ବିଗୁଲ : ଚଳଚଞ୍ଚଳ ତିର୍ତ୍ତୋଲ, ବାଲେଶ୍ବର

0 1,157

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ) : ବାଜିଲା ଉପନିର୍ବାଚନୀ ବିଗୁଲ । ନିର୍ବାଚନ କମିଶନ ଆସନ୍ତା ନଭେମ୍ବର ୩ ତାରିଖରେ ଓଡ଼ିଶାର ବାଲେଶ୍ୱର ଏବଂ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ଅକ୍ଟୋବର ୯ ତାରିଖ ଏନେଇ ଗେଜେଟ୍ ନୋଟ୍ଫିକେସନ ଜାରି କରିବେ ନିର୍ବାଚନ କମିଶନ। ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୬ ରହିଥିବାବେଳେ । ୧୭ ତାରିଖରେ ସମସ୍ତ ନାମାଙ୍କନ ଫର୍ମ ଯାଞ୍ଚ ହେବ । ୧୯ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୩ ତାରିଖରେ ଭୋଟଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ସେହିପରି ନଭେମ୍ବର ୧୦ରେ ଭୋଟ ଗଣତି ହେବାକୁ ଥିବାବେଳେ ସେହି ଦିନ ହିଁ ଫଳ ପ୍ରକାଶ ହେବ । ୧୨ ତାରିଖ ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରକ୍ରିୟା ସାରିବାକୁ ଇସିଆଇଙ୍କ ନିର୍ଦ୍ଦେଶ ରହିଛି ।
ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ତିର୍ତ୍ତୋଲ ପାଇଁ କଂଗ୍ରେସ ଓ ବିଜେପି ନିଜ ପ୍ରାର୍ଥୀ ପ୍ରାୟ ଚୟନ କରିସାରିଛନ୍ତି । କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ଓ ପ୍ରତିମା ମଳିକ ଙ୍କ ନାମ ଥିବାବେଳେ , ବିଜେପିରୁ ରାଜକିଶୋର ବେହେରା ଓ ବିଭୁ କିସ୍ୱର ତରାଇଙ୍କ ନାମ ଚୂଡାନ୍ତ ପ୍ରାଯାୟ କୁ ଥିବା ବେଳେ ବିଜେଡିର ସ୍ବର୍ଗତ ଵିଷ୍ଣୁ ଦାଶଙ୍କ ସୁପୁତ୍ର ବିଜୟ ଶଙ୍କର ଦାଶଙ୍କ ନାଁ ନେଇ ତୃଣମୂଳ ସ୍ତରରେ ତିର୍ତ୍ତୋଲ କର୍ମୀମାନେ ଇଚ୍ଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି । ଏକ ପ୍ରକାର ସ୍ୱର୍ଗତ ବିଷ୍ଣୁ ଦାସ ଙ୍କ ପୁଅ ବିଜୟ ଶଙ୍କର ଙ୍କ ଟିକେଟ ଶେଷ ପ୍ରଜାୟ ରେ ପହଁଚିଛି ବୋଲି ଜଣା ପଡୁଛି । ସେହିପରି ବାଲେଶ୍ଵର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନବଜ୍ୟୋତି ପଟ୍ଟନାୟକ, ବିଜେପି ପୂର୍ବତନ ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ସୁପୁତ୍ରକୁ ପ୍ରାର୍ଥୀ କରିବାକୁ ମନସ୍ଥ କରିଥିବା ବେଳେ ଦ୍ଵନ୍ଦରେ ବିଜେଡି । ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଏହି ଆସନ ପୁନର୍ବାର ଫେରିପାଇବାକୁ ବିଜେଡି ପ୍ରୟାସ ଆରମ୍ଭ କଲେଣି । ତେଣୁ ବିଜେଡ଼ି ପୂର୍ବତନ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ଏବଂ ବାଲେଶ୍ଵର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବସିନୀ ଜେନାଙ୍କ ନାଁ ଏହି ପ୍ରାର୍ଥୀ ତାଲିକାରେ ଥିବାବେଳେ ଓଡ଼ିଆ ଫିଲ୍ମର ହିରୋ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ଭେଣେଇ ଅରିନ୍ଦମଙ୍କ ନାଁ ବିଜେଡି ଅଗଧାଡ଼ିର କିଛି ନେତା ନିର୍ଦ୍ଧାରିତ କରିସାରିଥିବା ନେଇ ଦଳ ମଧ୍ୟରେ ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ, ବିଜେପି ବିଧାୟକ ମଦନମୋହନ ଦତ୍ତ ଏବଂ ବିଜେଡ଼ି ବିଧାୟକ ବିଷ୍ଣୁଚରଣ ଦାସଙ୍କ ଅକାଳ ବିୟୋଗରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ଖାଲି ରହିଛି ।

Leave A Reply

Your email address will not be published.

three × three =