ତିର୍ତ୍ତୋଲ ବ୍ଳକର ବିଭିନ୍ନ ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ଜିତାଇବା ପାଇଁ ଜୋରଦାର ପ୍ରସ୍ତୁତି

0 1,381

ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ ଅଧୀନସ୍ତ ବିଜେଡି ତାର ପ୍ରାଥି ବିଜୟ ଶଙ୍କର ଦାସ ଙ୍କୁ ଜିତାଇବା ପାଇଁ ପ୍ରତି ପଞ୍ଚୟତ ସ୍ତରରେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ।
ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ଙ୍କ ବାସଭବନ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି | ଏଥିରେ ପୂର୍ବତନ ତୀର୍ତ୍ତଲ ବ୍ଳକ ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଙ୍କ ନିର୍ଦେଶ ରେ ପଞ୍ଚୟତ ଦାୟିତ୍ବରେ ଥିବା ବିଜେଡି “ମୋ ପରିବାର” ସଦସ୍ୟ ତଥା ଯୁବ ନେତା ପ୍ରକାଶ ତ୍ରିପାଠୀ , ଦିଲୀପ ପଣ୍ଡା ଓ କଟରା ପର୍ଯ୍ୟବେକ୍ଷକ ଯୁଗଳ କିସ୍ୱର ନାୟକ ଯୋଗଦେଇ ଉପସ୍ଥିତ ଦଳିୟ କର୍ମୀ ମାନଙ୍କୁ ବିଜେଡି ପାର୍ଥୀ ବିଜୟ ଶଙ୍କର ଦାସଙ୍କୁ ବିଜୟୀ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି,ଯୁବ ନେତା ଗଙ୍ଗାଧର ବିଶ୍ୱାଳ,ନାରିନେତ୍ରୀ ସବିତା ମହାପାତ୍ର,ଜଗନ୍ନାଥପୁର ବିଜେଡି ସଭାପତି ବିକ୍ରମ ମହାନ୍ତି, ସରପଞ୍ଚ ସିଲାରାଣୀ ଖଣ୍ଡୁଆଳ,ଯୁବ ନେତା ରଶ୍ମି ରଞ୍ଜନ ଚୌଧୁରୀ,ତପନ ମହାନ୍ତି, ଆଶିଷ ଦାସ,ମହିଳା ନେତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ଙ୍କ ସହ ଏକାଧିକ କର୍ମୀ ଯୋଗ ଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ କିଭଳି ଭାବରେ ଦଳୀୟ ଭୋଟ ବୃଦ୍ଧି ପାଇବ ସେନେଇ ଆଲୋଚନା କରାଯାଇଥିଲା। ସମ୍ମିଳନୀରେ ବହୁ ଦଳିୟ କର୍ମୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.

nineteen − nineteen =