ସାମାଜିକ ଗଣମାଧ୍ୟମର ପ୍ରଭାବ, ମାନସିକ ଭିନ୍ନକ୍ଷମ ଯୁବକକୁ ସୁସ୍ଥ କରି ନିଜ ଗାଁକୁ ପଠେଇଲେ ପାରାଦୀପର ସାମାଜିକ କର୍ମୀ

0 392

ପାରାଦୀପ/ ଅଠର ବାଙ୍କୀ (ସ୍ମୃତି ରଞ୍ଜନ ଜେନା ): ପାରାଦୀପ ନୂଆବଜ଼ାର ଅଞ୍ଚଳରେ ଜଣେ ମାନସିକ ଭିନ୍ନକ୍ଷମ ଯୁବକ କୁ ଖାଦ୍ୟ ପାନୀୟ ଯୋଗାଇ ଦେବା ସହ ତାର ପରିଚୟ ସଂଗ୍ରହ କରି ଫେସବୁକ ରେ ପୋଷ୍ଟ କରିଥିଲେ ,ପି ଟି ଆଇ ର ବରିଷ୍ଠ ସାମ୍ବାଦିକ ଶ୍ରୀ ଗଗନ ବିହାରୀ ସାହୁ ,ଏହି ପୋଷ୍ଟ କୁ ମୁଁ ସେୟାର କରିଥିଲେ।ଏହି ଯୁବକ ର ଖବର ପାଇ ଶ୍ରୀ ପ୍ରସନ୍ନ କୁମାର ପରିଜା ଓ ତାଙ୍କ ସହଯୋଗୀ ମାନେ ଯୁବକ ର ଦାୟିତ୍ୱ ନେଇ ତାଙ୍କୁ ଡାକ୍ତରଖାନାରେ ସୁସ୍ଥ କରି ଆଜି ତା -୧୩.୧୦.୨୦୨୦.ମଙ୍ଗଳବାର ପୂର୍ବାହ୍ନରେ ତାର ପୈତୃକ ଗ୍ରାମ ପୁରୀ ଜିଲ୍ଲାର ଚନ୍ଦନପୁର ଥାନା ଅନ୍ତର୍ଗତ ହଳଦୀ ଡିହ ଗ୍ରାମ କୁ କାର ଯୋଗେ ନେଇ ଛାଡି ଦେବାର ସୁବ୍ୟବସ୍ଥା କରିଛନ୍ତି।
ଉକ୍ତ ଯୁବକ ର ନାମ-ଶ୍ରୀ ଲକ୍ଷ୍ମୀଧର କାହାଳ,ସେ ହରି କାହାଳ ଙ୍କର ପୁଅ,
ଏହି ମହତ କାର୍ଯ୍ୟ ଶ୍ରୀ ପ୍ରସନ୍ନ ପରିଜା ଙ୍କ ସହିତ ସାଗର ବିଶ୍ୱାଳ, ଲକ୍ଷ୍ମୀଧର ନାୟକ,ଦୀପ୍ତି ରଞ୍ଜନ ଭୂୟାଁ, ମିଲନ ସାହାଣୀ ପ୍ରମୁଖ ସହଯୋଗ କରିଥିଲେ।
ଯୁବ ସମାଜସେବୀ ମାନଙ୍କ ଏଭଳି କାର୍ଯ୍ୟ କୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.

12 − seven =