ଆୟୁର୍ବେଦୀୟ ଟୀକାକରଣ କାର୍ଯ୍ୟକ୍ରମ

0 478

ପାରାଦ୍ୱୀପ(ଦୀପ୍ତି ରଞ୍ଜନ ଦାସ ) : ପବିତ୍ର ପୁଷ୍ୟାନକ୍ଷତ୍ର ଅବସରରେ ପାରାଦ୍ୱୀପ ଇଫକୋ ଛକ ନିକଟରେ ଥିବା ଜିଲ୍ଲାର ପ୍ରତିଷ୍ଠିତ ଦିଶା ଆୟୁର୍ବେଦୀୟ ଟୀକାକରଣ ସ୍ୱର୍ଣ୍ଣ ବିନ୍ଦୁ ପ୍ରାଶନ୍ନ ଦିଶା ଆୟୁର୍ବେଦର ମୁଖ୍ୟ ଡାକ୍ତର ଦେବଦତ୍ତ ସାମନ୍ତରାୟ ଓ ଡାକ୍ତର ପୁଷ୍ପଲତା ମହାନ୍ତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଜନ୍ମରୁ ୧୬ ବର୍ଷ ବୟସର ପିଲାମାନଙ୍କୁ ଏହି ସ୍ୱର୍ଣ୍ଣ ବିନ୍ଦୁ ଦିଆଯାଇଥିଲା । ଏହି ସ୍ୱର୍ଣ୍ଣ ବିନ୍ଦୁ ପ୍ରାଶନ୍ନ ସେବନ ଦ୍ୱାରା ପିଲାମାନଙ୍କର ସ୍ମରଣ ଶକ୍ତି ବଢିବା ସହିତ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ବୋଲି ଡାକ୍ତର ସାମନ୍ତରାୟ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ଅଞ୍ଚଳର ୫୬ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ଏହି ସ୍ୱର୍ଣ୍ଣ ପ୍ରାଶନ୍ନ କାର୍ଯ୍ୟକ୍ରମ ପ୍ରତିମାସର ପୁଷ୍ୟାନକ୍ଷତ୍ରରେ ଅନୁଷ୍ଠିତ ହେବ ବୋଲି ଦିଶା ଆୟୁର୍ବେଦ ଓ ପଂଚକର୍ମ ହସ୍ପିଟାଲର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପଲତା ମହାନ୍ତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସିଲୁ ମୁଦୁଲି, ରୋଜାଲିନ୍ ବେହେରା, କ୍ୟାପ୍ଟେନ୍ ବିଶାଲ ଲେଙ୍କା, ଚନ୍ଦନ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

five × 5 =