ନବୀନଙ୍କ ମାଷ୍ଟର ଷ୍ଟ୍ରୋକ : ତିର୍ତ୍ତୋଲ ବିଜେଡି ଫାଟରେ ପଡ଼ିଲା ପ୍ୟାଚ !

0 1,194

ଜଗତସିଂହପୁର:ନାମାଙ୍କନପତ୍ର ଦାଖଲର ଗତକାଲି ଶେଷ ଦିନ ଥିବାବେଳେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ବହୁ ଦଳୀୟ କର୍ମୀଙ୍କ ସହ ବିଜୟ ଶଙ୍କର ଦାସ ଏକ ବିରାଟ ରାଲିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ନିଜର ନାମାଙ୍କନପତ୍ର ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ଦାସଙ୍କ ନିକଟରେ ଦାଖଲ କରିଛନ୍ତି। ବିଜୟ ଙ୍କ ରାଲିରୁ ଯାହା ଜଣାପଡିଥିଲା ଵିଷ୍ଣୁ ଙ୍କ କିଛି ସମର୍ଥକଙ୍କ ରାସ୍ତା କଡରେ ଛିଡା ହୋଇଥିବା ବେଳେ
ଗତକାଲି ବିଜୟ ଙ୍କୁ ଦେଖି କିଛି ମହିଳାଙ୍କ ଆଖିରୁ ଲୁହ ବାହାରିଥିବା ଦେଖାଯାଇଥିଲା । ଆଉ କିଛି ଲୋକ କଥା ହେଉଥିଲେ ଜଗତସିଂହପୁର ଜିଲ୍ଲାରେ ଫୁଣି ଜନ୍ମ ନେବେ ଜୁନିୟର ଵିଷ୍ଣୁ ।

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ପ୍ରଥମେ ଜଗତ୍‌ସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ଦର୍ଶନ କରିଥିଲେ । କରୋନା କଟକଣା ପାଇଁ ସର୍ବସାଧାରଣଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ନଥିବାରୁ ମନ୍ଦିରର ମୁଖ୍ୟ ଦ୍ୱାର ବାହାରେ ସେ ପୂଜାର୍ଚ୍ଚନା କରିଥିଲେ। ବିଜୟଙ୍କ ସହ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ଜଗତସିଂହପୁର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକର ବହୁ ତୁଙ୍ଗ ନେତା ସାମିଲ ହୋଇଥିଲେ।

ଏହାପରେ ଜଗତସିଂହପୁର ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ ନିଜ ପୁଅ କହି ହାତ ଧରି ପାଛୋଟି ନେଇଥିଲେ ବିଜୟ ଙ୍କୁ ଶେଷରେ ନିଜେ ପ୍ରସ୍ତାବକ ହୋଇଥିଲେ ପ୍ରାଥି ବିଜୟ ଶଙ୍କର ଙ୍କର । ଲୋକେ ରାଜଶ୍ରୀ ଙ୍କୁ ଦେଖି ଏପରି ଦୃଶ୍ୟ ଲକ୍ଷ କରି ତାଜୁକ ହୋଇଥିଲେ । ଯିଏ ଥିଲେ ବାପାଙ୍କ ଶତ୍ରୁ ପୁଅର ଆଜି ମିତ୍ର । ଯାହାକୁ ଦେଖି ଜଗତସିଂହପୁର ଲୋକେ ବାଲେଶ୍ଵର ପରେ ତିର୍ତ୍ତଲ ରେ ଏହା ନବୀନଙ୍କ ଖେଳ ବୋଲି ଆଲୋଚନା କରିଥିଲେ ।
ଶୁଣାଯାଉଛି ଦଳର ସୁପ୍ରିମୋ ସବୁ ନେତାଙ୍କୁ ଟାର୍ଗେଟ ଦେଇଛନ୍ତି ଓ କହିଛନ୍ତି ଯେ ସ୍ୱର୍ଗତ ଵିଷ୍ଣୁ ଦାସ ନିର୍ବାଚନ ସମୟରେ ଦେହ ଅସୁସ୍ତତା ଥାଇ ଏକ ଚାଳିଶ ହଜାର ଭୋଟ ବ୍ୟବଧାନ ରେ ଜିତିଥିଲେ । କିନ୍ତୁ ଏଥର ତାଙ୍କ ପୁଅ ଙ୍କୁ ଅଧିକ ମାର୍ଜନ ରେ ଜିତାଇବାକୁ ଚେତାବନୀ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଶାରେ କିପରି ସ୍ୱର୍ଗତ ଵିଷ୍ଣୁ ଦାସ ଙ୍କ ଠାରୁ ଅଧିକ ଭୋଟ ରେ ଜିତିବେ ଦଳର ସୁପ୍ରିମୋ ଦଳିଅ ନେତାଙ୍କୁ ରୋକଠୋକ ଚେତେଇ ଦେଇଛନ୍ତି । ଯାହାକୁ ନେଇ ତିର୍ତ୍ତୋଲ ଦାଇତ୍ଵ ରେ ଥିବା ନେତାଙ୍କ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି ।

ଏଥିସହିତ ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ ଥିବାବେଳେ ଆଜି ସୁଦ୍ଧା ମୋଟ୍ ୯ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.

5 × four =