‘ଶାନ୍ତିସେନା’ର ଏକଜିଟ ପୋଲ : ତିର୍ତ୍ତୋଲ ବିଜେଡିର ଭୋଟ ହାର କମିବ,କଂଗ୍ରେସ ବଢିବ !

0 1,763

( ବିଜେଡିରେ ଅନ୍ତର୍ଘାତୀ କରିଛନ୍ତି ନେତା ନେତ୍ରୀ ! )

ତିର୍ତ୍ତୋଲ : ତିର୍ତ୍ତୋଲ ବିଜେଡ଼ିରେ ଘଡିକେ ଘୋଡା ଛୁଟୁଛି । ନିର୍ବାଚନ ସମୟରେ ନେତା ମାଳ ମାଳ କିନ୍ତୁ ଏଠି ବିଜେଡି ଦୁର୍ବଳ । ଏଭଳି ଘଟଣା ଦେଖିବାକୁ ମିଳିଛି ତିର୍ତ୍ତଲ ଉପନିର୍ବାଚନ ରେ । ଏକ ନିର୍ଦ୍ଧିଷ୍ଟ ଗୋଷ୍ଟି ଏଠାରେ ଏକ ତରଫା ନିର୍ଵାଚନ ପରିଚାଳନା କରି ନିକଟରେ ଵିଷ୍ଣୁ ସମର୍ଥକଙ୍କୁ ଏକ ଘରିଆ କରିବା ଫଳରେ ମ୍ୟାନେଜମେଣ୍ଟ ଅଭାବରୁ ବିଜେଡି ର ନିର୍ବାଚନ ସେତେଟା ଖୁସି ଜନକ ନୁହେଁ । ଶାନ୍ତିସେନା ର ୩ଟି ବ୍ଲକ ନିର୍ବାଚନ ସମୀକ୍ଷା କରିବା ପରେ ଗତ ଥର ଵିଷ୍ଣୁ ଦାସ ଘରେ ରହି ୪୦ ହଜାର ରୁ ଅଧିକ ଭୋଟ ବ୍ୟବଧାନ ରେ ଜିତିଥିବା ବେଳେ ଶାସକ ଦଳରେ ସରକାର ଥାଇ ସେତେଟା ଉପନିର୍ବାଚନରେ ସେତେଟା ଫଳପ୍ରଦ ହେଇପାରୁନାହିଁ । ଯାହାକି ବିଜେଡି ପାଇଁ ଦଳ ଭିତରେ ଥାଇ ନେତାମାନେ ବିଷ୍ଣୁ ଙ୍କ ପୁଅକୁ ହରାଇବା ପାଇଁ ବହୁ ଷଡଯନ୍ତ୍ର ଚଳାଇଥିବା ବିଶେଷ ସୂତ୍ରରୁ ଖବର ମିଳିଥିବା ବେଳେ ଵିଷ୍ଣୁ ସମର୍ଥକ ବହୁତ ବ୍ୟବଧାନରେ ଜିତାଇବାକୁ ଲାଗିପଡିଥିବା ବେଳେ ଶେଷରେ ନିଜେ ଧରାଶାୟୀ ହୋଇପଡିଛନ୍ତି । ଯାହାକି ତିର୍ତ୍ତୋଲ ନିର୍ଵାଚନ ମଣ୍ଡଳୀ ଏକଜିଟ ପୋଲକୁ ଦେଖି ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହେବାର ଲାଗିଛି । ଏଥର ପ୍ରାୟ ୬୯% ମତଦାନ ହୋଇଥିବା ବେଳେ ଵିଷ୍ଣୁ ଙ୍କ ସୁପୁତ୍ର ବିଜୟ ସଙ୍କର ଦାସ ପ୍ରାୟ ୧୮ ରୁ ୨୪ ହଜାର ଭୋଟ ବ୍ୟବଧାନରେ ଜିତିବାର ଆଶଙ୍କା ରହିଛି । କଂଗ୍ରେସ ଆଗମୀ ନିର୍ବାଚନ ଠାରୁ ପ୍ରାୟ ଦେଢ଼ ଗୁଣା ଭଲ ଭୋଟ ହାତେଇବା ବା ସହ ବିଜେପି ପୁର୍ବ ଅପେକ୍ଷା ଆହୁରି ଅଧିକା ଭୋଟ ନେବାର ସମ୍ଭାବନାକୁ ଉଜ୍ଵଳ କରିଛି ।
ସେପଟେ ବିଜେଡି ପାଇଁ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ଗୋଟିଚାଳନା କିଭଳି ହେଉଛି ମୁଖ୍ୟମନ୍ତ୍ରୀ ଅପେକ୍ଷା କରିବା ସହ । ତିର୍ତ୍ତଲ ନିର୍ବାଚନ ମଣ୍ଡଳୀ ଗୋଷ୍ଠୀକୁ ନେଇ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିବା ଭିତିରି ଖବର ହସ୍ତଗତ ହୋଇଛି । ଦେଖାଯାଉ ଆଗାମୀ ମଙ୍ଗଳବାର ଦିନ କିଭଳି ବିଜେଡି ଫଳ କରୁଛି ଆସନ୍ତା ୧୦ ତାରିଖରେ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

twenty − 16 =