ଜଳାଶୟକୁ ଜବର ଦଖଲ ପାଇଁ ମସୁଧା!

0 563


ଜଗତସିଂହପୁର :୨୩/୧୧-କୁଜଙ୍ଗ ତହସିଲ ଅନ୍ତର୍ଗତ ତାଳପଡ଼ା ପଂଚାୟତ ତାଳପଡ଼ା ମୌଜାର ଖାତା ନଂ-୮୨୮ ପ୍ଲଟ ନଂ-୧୬୬୭ ଏ୦.୧୮ଡ଼ିସିମିଲ କିସମ ଜଳାଶୟ-୨ ତାଳପଡ଼ା ପଂଚାୟତ ଉନ୍ନୟନ ପାଇଁ ସଂରକ୍ଷିତ ଅଛି।ଏହି ପ୍ଲଟଟି କଟକ ପାରାଦୀପ ରାସ୍ତାକୁ ଲାଗିଥିବାରୁ ଏହି ଜାଗାକୁ ଅକ୍ତିଆର କରିବା ପାଈଁ ବା ଜବର ଦଖଲ କରିବା ପାଇଁ ଜଣେ ପ୍ରଭାବଶାଳି ଲୋକ ଚେଷ୍ଟା କରୁଥିବା ନେଇ କୁଜଙ୍ଗ ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଛି।ସେହି ପ୍ରଭାବ ଶାଳୀ ବ୍ୟକ୍ତିଙ୍କୁ ପଂଚାୟତର କିଛି କୁଜିନେତା ସାହାଯ୍ୟ କରୁଥିବା ଆଲୋଚନା ହେଉଛି।ପଂଚାୟତର ଏହି ପ୍ଲଟ ପଛପଟକୁ ବାହାର ଅଂଚଳର ଜନୈକ ପ୍ରଭାବଶାଳୀ ବ୍ୟକ୍ତି ନିଜ ପତ୍ନୀଙ୍କ ନାମରେ ଏକ ଜାଗା କିଣିଛନ୍ତି। ସେହି ଜାଗା ଉପରକୁ ଯିବା ପାଇଁ ହେଲେ ପଂଚାୟତ ନାମରେ ଥିବା ଉକ୍ତ ପ୍ଲଟ ଉପରେ ରାସ୍ତା ନିର୍ମାଣ କରିବାକୁ ପଡିବ ନଚେତ ସେହି ପ୍ଲଟ ଉପରକୁ ଯାଇହେବ ନାହିଁ।ତେଣୁ ଉକ୍ତ ବ୍ୟକ୍ତି ସରପଞ୍ଚ ଓ ଥାନା କୁ କରାୟତ କରି ମିଛ ଅଭିଯୋଗ କରି ରାସ୍ତା କଡରେ କେବିନ ପକାଇ ପରିବ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀଙ୍କୁ ମିଛ କେଶରେ ପକାଇ ହଇରାଣ କରୁଥିବା ଜଣାପଡିଛି।ତୁରନ୍ତ କୁଜଂଗ ତହସିଲଦାର ପଦକ୍ଷେପ ଗ୍ରହଣ କରିବା ପାଇଁ ୱାର୍ଡ ସଭ୍ୟ ସତ୍ୟଜିତ ମହାନ୍ତି,ମହେଶ୍ୱର ଦାସ,ପ୍ରଶାନ୍ତ କୁମାର ସାହୁ,ପଦ୍ମିନି ମହାନ୍ତି,ଅଜୟ କୁମାର ସ୍ବାଇଁ,ରେଣୁବାଲା ଖଟୁଆ,ପ୍ରଭାତୀ ମହାନ୍ତି ଓ କାଳନ୍ଦୀ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।ଏନେଇ ତହସିଲଦାର ସୁଶ୍ରୀ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ଅଭିଯୋଗର ତଦନ୍ତ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲିପ୍ରକାଶ କରିଛନ୍ତି।

Leave A Reply

Your email address will not be published.

16 + twelve =