ଜିଲ୍ଲା ଓକିଲ ସଂଘ ନିର୍ବାଚନ : ଗଗନ ଚନ୍ଦ୍ର ଦାଶ ସଭାପତି ଓ ନରେଶ ଦାସ ସଂପାଦକ

0 546

ଜଗତସିଂହପୁର : ଜିଲ୍ଲା ଓକିଲ ସଂଘ,ଜଗତସିଂହପୁରର ସାଧାରଣ ନିର୍ବାଚନରେ ଗଗନ ଚନ୍ଦ୍ର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରତ ଶତପଥିଙ୍କୁ ୧୯ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ସଂପାଦକ ଭାବେ ନରେଶ ଦାସ ତାଙ୍କର ପ୍ରତିଦ୍ବନ୍ଦ୍ବି ଉମାଶଙ୍କର ସ୍ବାଇଁଙ୍କୁ ୧୫୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଉପସଭାପତି ଭାବରେ ପ୍ରହଲ୍ଲାଦ କୁମାର ନାୟକ ତାଙ୍କ ପ୍ରତିଦ୍ବନ୍ଦ୍ବି ଆଲୋକ ପ୍ରକାଶ ଜେନାଙ୍କୁ ୧୩୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । କୋଷାଧ୍ୟକ୍ଷ ଭାବରେ ଦୁର୍ଯ୍ୟୋଧନ ରାଉତ ଓ ଯୁଗ୍ମ ସମ୍ପାଦକ ଭାବରେ ଜ୍ଞାନ ରଂଜନ ମହାନ୍ତି ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇଥିବା ବେଳେ ପରିଚାଳନା କମିଟି ସଦସ୍ୟ ଭାବରେ ରାଜଶ୍ରୀ ମହାନ୍ତି ମଧ୍ୟ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ହୋଇଥିଲେ । ଅନ୍ୟ ପରିଚାଳନା କମିଟି ସଦସ୍ୟ ଭାବେ ବିବେକାନନ୍ଦ ନାୟକ, ଅଶ୍ବିନୀ ଅମିତାଭ୍ ଲେଙ୍କା, ଅନିରୁଦ୍ଧ ସାବତ,ବାଟୁ ଭୋଇ, ପ୍ରକାଶ ଚନ୍ଦ୍ର ରାୟ ଓ ରୁଦ୍ରନାରାୟଣ ନାୟକ ବିଜୟ ଲାଭ କରିଛନ୍ତି । ମୋଟ ୩୩୨ ବୈଧ ଭୋଟ୍ ରୁ ୩୦୮ ଖଣ୍ଡ ଭୋଟିଂ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ ନନ୍ଦ ନିର୍ବାଚନ ପରିଚାଳନା କରିଥିବା ବେଳେ ଆଇନଜୀବୀ ସୈ।ରୀପ୍ରସାଦ ସ୍ବାଇଁ, ରବିନ୍ଦ୍ର କୁମାର ସ୍ବାଇଁ ଓ ଯଦୁମଣି ବିଶ୍ବାଳ ତାଙ୍କୁ ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × one =