ଶବନମ ଆଦେନୀ
ଖାଲି ଚୌକି ପାଖରେ ଜୀବନ ଯାତ୍ରାର ଅନେକ କାହାଣୀ
କେତେ ଆସନ୍ତି, ଆରାମ କରନ୍ତି
ପୁଣି ଚାଲି ଯାଆନ୍ତି..
ଅଲୋଡା କରି…
କେଜାଣି କେତେ କଥା ଶୁଣିଚି, କେତେ ବ୍ଯଥାକୁ
ଜାଣିଛି…
କେବେ ଥକି ଯାଇଥିବା ମଣିଷକୁ ନିଦ ଦେଇଛି ତ!
କେବେ ନୂଆ ସଂସାରର ସ୍ବପ୍ନ ଦେଖା ଆଖିର ନିଦ ହଜେଇଛି
ଏୟାରପୋର୍ଟ ଚୌକି କେତେ ଯାତ୍ରାର ମୁକସାକ୍ଷୀ ପାଲଟିଛି…
ଖରାପ ହେଇଛି ଥକିନି, ବଦଳିଛି ହେଲେ ହଜିନି
ଅଳ୍ଫ ସମୟର ସ୍ବଳ୍ପ ସାକ୍ଷାତରେ
ସେ ହିଁ
ଅତି ନିଜର ହୋଇଛି,
ଦେବାର ହିସାବ କିତାବ ନାହିଁ, କି ପାଇବାର ଆଶା ବି ନାହିଁ ଦିନ ରାତି ଏମିତି କାହାର ଅପେକ୍ଷାରେ ଅନେକଙ୍କ
ଆଶ୍ରୟ ପାଲଟିଛି… ଏୟାର ପୋର୍ଟର ଚୌକି
ଜୀବନ ପରି ଅନେକ ଯାତ୍ରୀର ଯାତ୍ରାକୁ
ଅଙ୍ଗେ ନିଭେଇଛି…
ନୂଆଦିଲ୍ଲୀ