ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ : ଅଧା ରହିଗଲା ଦ୍ଵିତୀୟ କୋଣାର୍କ ସ୍ବପ୍ନ

0 569

ଭୁବନେଶ୍ୱର: ଦେଶର ବିଶିଷ୍ଟ ସ୍ଥପତି ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ଦେହାନ୍ତ ହୋଇଛି।

କରୋନା ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଥିବା ନେଇ ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟ କରାଯାଇଛି  ।

କରୋନାରେ ଆକ୍ରାନ୍ତ ହୋଇ ସେ ଏମସରେ ଚିକିତ୍ସିତ ହେଉଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୁଅଙ୍କୁ ଫୋନ କରି ଶ୍ରୀ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଥିଲେ  । 

 ୧୯୪୩ ମାର୍ଚ୍ଚ ୨୪ରେ ଶ୍ରୀ ମହାପାତ୍ର ଜନ୍ମଗ୍ରହଣ କରିଥିଲେ  । ଜଣେ ବିଶିଷ୍ଟ ସ୍ଥପତି ଭାବେ ସେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ  । ୧୯୭୫ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୧ରେ ପଦ୍ମ ଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା  । ୨୦୧୩ରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା  । ୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ଭାରତ ସରକାର ମନୋନୀତ କରିଥିଲେ  । ଦ୍ୱିତୀୟ କୋଣାର୍କ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା କିନ୍ତୁ ଅଧୁରା ରହିଗଲା । 

ବିଜେଡ଼ି ସମର୍ଥନରେ ସେ ସ୍ୱାଧୀନ ଭାବେ ରାଜ୍ୟସଭା ସାଂସଦ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଅଳ୍ପକେ ପରାଜୟବରଣ କରିଥିଲେ  । ତେବେ ପରେ ତାଙ୍କୁ ରାଷ୍ଟ୍ରପତି ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲେ  ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି, ଅନ୍ତରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାକୁ ସମ୍ମାନିତ କରିଥିବା ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ, ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା ନିବିଡ଼ ।

ଜଣେ ଲବ୍ଧ ପ୍ରତିଷ୍ଠିତ ଶିଳ୍ପୀ ଭାବେ ପରିଚିତ ସ୍ୱର୍ଗତ ମହାପାତ୍ର ପଥରରେ ନିଖୁଣ କାରୁକାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ଉତ୍କୃଷ୍ଟ କଳା ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିଲେ । ତାଙ୍କ ନିଧନରେ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହେଲା ।

ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ସଦସ୍ୟଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।

୨୦୧୩ ମସିହାରେ ପଦ୍ମ ବିଭୂଷଣ ଲାଭ କରିବା ସମୟରେ ଶ୍ରୀ ମହାପାତ୍ରଙ୍କ ସହିତ ତାଙ୍କର କପିଳେଶ୍ୱରସ୍ଥିତ ବାସଭବନରେ

Leave A Reply

Your email address will not be published.

two × 2 =