ବଦଳିଲେ ବିଏମସି କମିଶନର: ସଂଜୟ ସିଂଙ୍କୁ ନୂଆ ଦାୟିତ୍ୱ, କଟକ କମିଶନରଙ୍କ ପାଳି କେବେ!

0 501


ଭୁବନେଶ୍ୱର/ କଟକ : ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସୂଚନା ଓ ଲେକସମ୍ପର୍କ ସଚିବ ସଂଜୟ ସିଂଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି । କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଏମସି କମିଶନରଙ୍କ ବଦଳି ନେଇ ଅନେକ ପ୍ରଶ୍ନବାଚୀ ଉଠିଛି । ଭୁବନେଶ୍ୱର ମହାନଗର ନିଗମରେ କୋଭିଡ଼ କଟକଣାକୁ ଠିକ୍‌ ରୂପେ ପାଳନ କରାଯାଉନଥିବା ନେଇ ଅନେକ ଅଭିଯୋଗ ହେଉଛି ।  ଝାରପଡ଼ା ହାଟର କିଛି ବ୍ୟବସାୟୀଙ୍କୁ ଜୋରିମାନା କରାଯାଇଛି । ତେବେ ଏପରି ଏକ ସମୟରେ ବିଭିନ୍‌ନ ଅଭିଯୋଗ ଓ ଆପତ୍ତିକୁ ଗ୍ରହଣ କରି ବିଏମସିର ପୂର୍ବତନ କମିଶନର ଶ୍ରୀ ଚୌଧୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସୁଥିଲେ । ନିକଟରେ ସାମ୍ବାଦିକମାନଙ୍କୁ ଟୀକାକରଣ ନେଇ ବିଏମସି ତରଫରୁ ଆୟୋଜିତ ଶିବିରକୁ ନେଇ ପ୍ରଶ୍ନ ଉଠିଥିଲା । ବାଦ୍‌ ପଡ଼ିଥିବା ସାମ୍ବାଦିକଙ୍କୁ ତାଲିକାଭୁକ୍ତ କରିବାକୁ ବିଏମସି ଯାତ୍ରୀନିବାସରେ ଯେଉଁ କ୍ୟାମ୍ପ୍‌ କରିଥିଲା, ସେଥିରେ ଅନେକଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ବହୁ ବରିଷ୍ଠ ସାମ୍ବାଦିକ ବାଦ ପଡ଼ିଯାଇଥିଲେ । ଏ ସମ୍ପର୍କରେ ବହୁ ଅଭିଯୋଗ ହୋଇଥିଲା । ୧୦ରୁ ୧୨ ବର୍ଷ ସାମ୍ବାଦିକତା କରି ମଧ୍ୟ ସେମାନେ ବିଏମସି ତାଲିକାରେ ସାମିଲ୍‌ ହୋଇପାରିନାହାନ୍ତି ବୋଲି ଅଭିଯୋଗ ହୋଇଥିଲା । ତେବେ ନୂତନ କମିଶନର ସଂଜୟ ସିଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସଫଳ ହେବେ ବୋଲି ଆଶା ରହିଛି । 
ଅନ୍ୟପକ୍ଷରେ କଟକ କମିଶନର ଅନ୍ୟନ୍ୟା ଦାସଙ୍କ ବିରୋଧରେ ବସ୍ତି ବାସିନ୍ଦାଙ୍କ ସମସ୍ୟା ସମାଧାନରେ ବିଫଳ ହେବା ଅଭିଯୋଗରେ  କଟକ- ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପୁଅ ତଥା ବର୍ତ୍ତମାନର ବିଧାୟକ ସୌଭିକ୍‌ ବିଶ୍ୱାଳ ଅନେକ ବର୍ଷିଥିଲେ ମଧ୍ୟ ଆଜିର ଆଇଏଏସ୍‌ ସ୍ତରର ଅଦଳବଦଳରେ ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ । କଟକ କମିଶନର ନିଜର ପଦବୀ ବଜାୟ ରଖିଥିବା ବେଳେ ବିଜେଡି ନେତାଙ୍କ ଅଭିଯୋଗକୁ ପ୍ରଶାସନିକ ସ୍ତରରେ ଏତେଟା ଗୁରୁତ୍ୱ ଦିଆଯାଉନାହିଁ ବୋଲି କୁହାଯାଉଛି ।    

Leave A Reply

Your email address will not be published.

7 − 2 =